ଓଡିଶା

ଜମୁଛି ଉଦଳା ସରସ୍ୱତୀ ମେଳା

(ମହାଭାରତ, ଉଦଳା): ଶ୍ରୀପଞ୍ଚମୀର ସପ୍ତାହେ ପରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ସରସ୍ୱତୀ ମେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ସହର ଏବେ ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସରସ୍ୱତୀ ପୂଜାର ୭ ଦିନ ପରେ ଉଦଳା ଠାରେ ଆରମ୍ଭ ହୋଇଥିବା ଏହି ମେଳା ୧୨ ଦିନ ଧରି ଚାଲିବ । ଏହି ଅବସରରେ ସହରରେ ଦୋକାନ ବଜାରର ପସରା ମେଲିଥିବା ଦେଖାଯାଇଛି । ଶଙ୍ଖ ଦୋକାନୀଙ୍କ ଠାରୁ ଆରମ୍ଭ କରି ବେତସାମଗ୍ରୀ ଓ ଅନ୍ୟ ଷ୍ଟେସନାରୀ ଦୋକାନ ଆଦିରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଇଛି । କୁନି ପିଲାଙ୍କ ନିମନ୍ତେ ମୀନାବଜାରର ବ୍ୟବସ୍ଥା ହୋଇଛି । ଏହି ମେଳାକୁ ଉପଭୋଗ କରିବା ପାଇଁ ଉଦଳା ବ୍ଲକ ସମେତ ନିକଟସ୍ଥ କପ୍ତିପଦା ଓ ଅନ୍ୟ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହେଉଥିବା ଦେଖାଯାଇଛି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା ପରିବେଶଣ କରାଯାଉଛି । ମେଳାକୁ ପ୍ରତିଦିନ ସ୍ଥାନୀୟ ଲୋକଙ୍କ ଛୁଟୁଥିବା ସୁଅକୁ ଦେଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related posts

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

mahabharatanews

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

mahabharatanews

ଆଜି ତିହିଡିରେ ୮ ଘଣ୍ଟା ବନ୍ଦ ପାଳନ 

mahabharatanews