Uncategorized

ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ

(ମହାଭାରତ ): ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକଲେଟ ପସନ୍ଦ ହୋଇଥାଏ । ତେଣୁ କରି ଆସନ୍ତୁ ଆଜି ପ୍ରସ୍ତୁତ କରିବା ଚକଲେଟ ।
ଆବଶ୍ୟକୀୟ ସାମଗ୍ରୀ : ଳୁଣ ନଥିବା ବଟର , ଆଇସିଙ୍ଗ ସୁଗାର, ଭାନିଲା ଇସେନ୍ସେ, କୋକୋ ପାଉଡ଼ର, ମିଲ୍କି ପାଉଡ଼ର,ଆଲମଣ୍ଡ ଖଣ୍ଡ , ଗୁଆ ଘିଅ ।
ପ୍ରସ୍ତୁତି ପ୍ରଣାଳୀ : ଗ୍ୟାସ ଅନ କରି ସେଥିରେ ଏକ ପାତ୍ର ବସାନ୍ତୁ । ଅଳ୍ପ ଗୁଆ ଘିଅ ପକାନ୍ତୁ ସେଥିରେ ଖଣ୍ଡ ଆଲମଣ୍ଡ ପକାଇ ଧୀରେ ଧୀରେ ଭାଜନ୍ତୁ । ଟିକେ କଲର ହେବା ପରେ ତାକୁ ଗାଢି ଦିଅନ୍ତୁ । ଚିନି ଗୁଣ୍ଡ , କୋକୋ ପାଉଡ଼ର , ମିଲକି ପାଉଡ଼ର ଆଦିକୁ ଭଲ ଭାବେ ଏକ ଚଲାରେ ଚଲେଇ ଦିଅନ୍ତୁ । ଯାହା ଦ୍ୱାରା ଏଥିରେ ଥିବା ଖଦଡ଼ା ଅଂଶ ଅଲଗା ହୋଇଯିବ । ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ କିଛି ବଟର ପକାନ୍ତୁ । ବଟର ମେଲଟ ହେଲା ପରେ ଚିନି ଗୁଣ୍ଡକୁ ପକାନ୍ତୁ । ଭଲ ଭାବରେ ମିଶିଗଲା ଦୁଇ ବୁଧା ଭାନିଲା , ମିଲକି ପାଉଡ଼ର ଏବଂ କୋକ ପାଉଡ଼ରକୁ ପକାଇ ଭଲ ଭାବେ ମିଶାନ୍ତୁ । ଭଲ ଭାବେରେ ମିଶିଗଲା ପରେ ଏଥିରେ ବାଦାମ ଖଣ୍ଡ ପକାଇ ଦିଅନ୍ତୁ । ଏହ ପରେ ଏହି ମିଶ୍ରଣକୁ ଚକଲେଟ ଛାଞ୍ଚରେ ପକାନ୍ତୁ । ଏହାକୁ ଫ୍ରିଜରେ ରଖନ୍ତୁ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ରଖନ୍ତୁ । ଚକଲେଟ ସେଟ ହୋଇଗଲା ପରେ ଏହାକୁ ଛାଞ୍ଚରୁ ବାହାର କରନ୍ତୁ । ପ୍ରସ୍ତୁତ ହୋଇଗଲା ଚକେଲଟ ।

Related posts

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ରାଜ୍ୟକୁ ଅନୁମତି ଦେଉନାହାନ୍ତି

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

mahabharatanews