Uncategorized

ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

(ମହାଭାରତ, ବାରଣାସୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଗସ୍ତ କରିଥିଲେ । ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ଦିନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତାର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତିଟିର ନିର୍ମାଣ ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ପ୍ରାୟ ୨୦୦ କାରିଗର ପ୍ରତିିମ୍ରୂ୍ତ୍ତିଟିକୁ ତିଆରି କରିଛନ୍ତି । ଏହାପରେ ଏଠାରେ ଥିବା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମେମେରିଆଲ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ମେମୋରିଆଲରେ ପଣ୍ଡିତ ଦିନଦୟାଲଙ୍କ ଜୀବନୀ ଖୋଦିତ ହୋଇଛି । ଏହାକୁ ଓଡ଼ିଶାର ୩୦ ଜଣ କାରିଗର ତିଆରି କରିଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବାରଣାସୀରେ ଏକ ସୁପରସ୍ପେଶାଲିଟି ହସ୍ପିପାଟଲ ସହ ୩୦ଟି ଅନ୍ୟ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

Related posts

୬୨% ଲୋକ ସିଏଏକୁ ସମର୍ଥନ କରୁଛନ୍ତି

mahabharatanews

ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ ବୈଦ୍ୟନାଥନଙ୍କ ପରଲୋକ

mahabharatanews

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପାରା କମାଣ୍ଡୋଙ୍କ ଶକ୍ତି ପ୍ରଦର୍ଶନ

mahabharatanews