Uncategorized

ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ ବୈଦ୍ୟନାଥନଙ୍କ ପରଲୋକ

କୋୟମ୍ବାଟୋର: ଭାରତ ସରକାରଙ୍କ ପୂର୍ବତନ ଯୋଜନା ଅଧ୍ୟକ୍ଷ ଡ. ଏ ବୈଦ୍ୟନାଥନଙ୍କ ବୁଧବାର ବିଳମ୍ବିତ ରାତିରେ କୋୟମ୍ବାଟୋରରେ ପରଲୋକ ହୋଇଯାଇଛି । ସେ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଡେଭେଲପମେଣ୍ଟ ଷ୍ଟଡିଜ ଓ ତ୍ରିଭନ୍ଦ୍ରମର ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜରେ ପ୍ରାଧ୍ୟାପକ ରହିଥିଲେ । ୨୦୦୪ରେ ସେ ଭାରତ ସରକାରଙ୍କ ରିଭାଇଭାଲ ଅଫ କୋଅପେରେଟିଭ କ୍ରେଡିଟ ଇନଷ୍ଟିଚ୍ୟୁଟର ଟାସ୍କ ଫୋର୍ସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ଓ କେ ଏନ ରାଜ କମିଟିର କୃଷି ଆୟ ଟିକସର ସଦସ୍ୟ ଭାବେ ୧୯୬୯-୭୦ ପର୍ଯ୍ୟନ୍ତ ରହିଥିଲେ ।
ମାଡ୍ରାସର ଲୟୋଲା କଲେଜରୁ ଡ ବୈଦ୍ୟନାଥନ ଅଧ୍ୟୟନ ଶେଷ କରିବା ପରେ ୟୁଏସଏର କର୍ନେଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ । ସେ ୧୯୫୬ ମସିହାରେ ନାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ସ ରିସର୍ଚ୍ଚରେ ଯୋଗଦେଇଥିଲେ । ସେ ଯୋଜନା ବୋର୍ଡ, ପିତାମ୍ବର ପନ୍ତ, ଖାଦ୍ୟ ଓ କୃଷି କ୍ଷେତ୍ର ସହ ସଂଶ୍ଳିଷ୍ଟ ଥିଲେ । ସେ ଭାରତର ଷ୍ଟାଟିଷ୍ଟିକାଲ ସିଷ୍ଟମ ଓ ନାସନାଲ ସାମ୍ପୁଲ ସର୍ଭେ ସହ ଜଡିତ ଥିଲେ । ସେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ମଧ୍ୟ ସଦସ୍ୟ ରହିଥିଲେ । ସେ ୨୦୦୮ରେ ହୋଇଥିବା ମୁମ୍ବାଇ ତାଲ ମହଲ ହୋଟେଲ ଆକ୍ରମଣର ଜଣେ ଭୁକ୍ତଭୋଗି ଥିଲେ ।

Related posts

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୩ ଗୁରୁତର 

mahabharatanews

ପାକ ଦୂତାବାସରେ ମୁତୟନ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧ

mahabharatanews

Leave a Comment