ଓଡିଶା

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଅଞ୍ଚଳର ଚାରିଛକ ସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଶିକ୍ଷକ ଜଣକ ଧୀରପୁର ପଞ୍ଚାୟତ ଜାଗେଶ୍ୱରପୁର ଗାଁର ୪୭ ବର୍ଷିୟ ଆତ୍ରତ୍ରାଣ ସ୍ୱାଇଁ ବୋଲି ଜଣାପଡିଛି । ସେ ଧୀରପୁର ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସୂଚନା ଅନୁଯାୟି, ସେ ବୁଧବାର ସକାଳୁ ସ୍କୁଲ ଅ।।ସି ପିଲାମାନଙ୍କ ଅଜାଣତରେ ଏକ ଶ୍ରେଣୀଗୃହରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସାଢେ ୯ଟାରେ ସ୍କୁଲରେ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ପହଞ୍ଚି ଶ୍ରେଣୀଗୃହରେ ଶିକ୍ଷକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଖଣେ ବିଜୁଳୀ ତାର ଯୋଗେ ସେ ଫ୍ୟାନରେ ଫାଶୀ ଦେଇଥିବା ଦେଖାଯାଇଥିଲା । ଏନେଇ ତାଙ୍କ ସାନ ଭାଇ ନିମାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶିକ୍ଷକ ଜଣକ ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Related posts

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଉଦଘାଟିତ ହେଲା ନିଆଳୀ ମହୋତ୍ସବ ୨୦୨୬

mahabharatanews

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews