ଓଡିଶା

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ଘାଟିତ

ମହାଭାରତ, ପାରାଦ୍ୱୀପ: ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାରାଦ୍ୱୀପ ବନ୍ଦର ନ୍ୟାସ୍ ଓ ପାରାଦ୍ୱୀପର ଅଗ୍ରଣୀ ନାଟ୍ୟାନୁଷ୍ଠାନ କାନମାସ୍ର ମିଳିତ ସହଯୋଗରେ ଓଡିଶା ସଙ୍ଗୀତ ନାଟକ ଏକାଦେମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ମଙ୍ଗଳବାର ସଂଧ୍ୟାରେ ପାରାଦ୍ୱୀପ ଜୟଦେବ ସଦନ ପରିସରରେ ଉଦଘାଟିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପାରାଦ୍ୱୀପ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ଶୁଭଲକ୍ଷ୍ମୀ ରାଏ, ଓଡିଶା ସଙ୍ଗୀତ ନାଟକ ଏକାଦେମୀର ସଚିବ ପ୍ରବୋଧ ରଥ, ସଭାପତି ଡଃ ରାମକୃଷ୍ଣ ସାହୁ, କାନମାସ୍ ର ସଭାପତି କ୍ୟାପଟେନ୍ ଅତୁଲ୍ୟ କୁମର ମହପାତ୍ର ଯୋଗ ଦେଇ ଏହି ପଂଚ ଦିବସୀୟ ନାଟକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟ ବିକ୍ତିତ୍ୱ ନବକିଶୋର ଆଚାର୍ଯ୍ୟ, ସୁରଂଜନ ଦାସମହାପାତ୍ର,ରମେଶ ମହାରଣା, ପୁଲିନବିହାରୀ ମାନସିଂ, ସୁଶ୍ରୀ ପୁଷ୍ପାଞଳୀ ବେହେରା ଓ ନଗେନ ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାନମାସର ସଂପାଦକ ଶ୍ରୀମନ ନାରାୟଣ ମିଶ୍ର । ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟକ ଉତ୍ସବ ୨୨ ତାରିଖ ସଂଧ୍ୟାରେ ଉଦ୍ୟାପିତ ହେବ । ରାଜ୍ୟର ପ୍ରତିଷ୍ଠିତ ୫ ଗୋଟି ନାଟ୍ୟ ଅନୁଷ୍ଟାନ ଜୟଦେବ ସଦନଠାରେ ନାଟକ ପରିବେଷଣ କରିବେ ବୋଲି ଓଡିଶା ସଙ୍ଗୀତ ନାଟକ ଏକାଦେମୀ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ମିଳିଛି ।

Related posts

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews