ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଅଢାପଲି ଗାଁରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ। ମୃତ ଯୁବକ ଜଣଙ୍କ ଅଢାପଲି ଗାଁର ୧୮ ବର୍ଷୀୟ ଯୁବକ ପ୍ରିୟବ୍ରତ ମହାନ୍ତ। ପ୍ରିୟବ୍ରତ ନିଜ ସାଙ୍ଗ ମାନଙ୍କ ସହିତ ଗାଁ ପଡିଆରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପଡିଆରେ ପ୍ରାୟ ୨୦ ଜଣ ପିଲା କ୍ରିକେଟ ଖେଳୁଥିଲେ। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
