ଓଡିଶା

୬୧ ଜଣଙ୍କୁ ପ୍ରତ୍ୟକ୍ଷ ଓ ୩୩ ଜଣଙ୍କୁ କୋରିଅର ମାଧ୍ୟମରେ ମିଳିବ ଫୋନ୍….

ବ୍ରହ୍ମପୁର ଜିଲ୍ଲା ପୋଲିସ ଏବଂ ସାଇବର ଥାନାକୁ ମିଳିଛି ଏକ ବଡ଼ ସଫଳତା। ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ ଏବଂ ବ୍ରହ୍ମପୁର ସାଇବର ଥାନା ଅଧିକାରୀଙ୍କ ଉପସ୍ଥିତିରେ ବ୍ରହ୍ମପୁର ଜିଲ୍ଲା ରେ ଅଭିଯୋଗକାରୀଙ୍କୁ ସେମାନଙ୍କର ଫୋନ୍ ହସ୍ତାନ୍ତର କରାଯାଇଥିଲା।ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ପୋଲିସ ମୋଟ ୯୪ଟି ଦାମୀ ସ୍ମାର୍ଟଫୋନ୍ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ  ଏହି ସମସ୍ତ ମୋବାଇଲ୍‌କୁ ସେଗୁଡ଼ିକର ପ୍ରକୃତ ଆବେଦନକାରୀଙ୍କୁ ଆଜି ଫେରସ୍ତ କରାଯାଇଥିବା ଜଣାପଡିଛି ।

 

​ ୯୪ଟି ସ୍ମାର୍ଟଫୋନ୍ ମଧ୍ୟରୁ ଆଇଫୋନ୍ (iPhone) ସମେତ ୬୧ଟି ଫୋନ୍ ଉପସ୍ଥିତ ଥିବା ଅଭିଯୋଗକାରୀଙ୍କୁ ସିଧାସଳଖ ପ୍ରଦାନ କରାଯାଇଥିବାବେଳେ ବାକି  ରହିଯାଇଥିବା ୩୩ଟି ସ୍ମାର୍ଟଫୋନ୍‌କୁ କୋରିଅର କିମ୍ବା ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ ଅତିଶୀଘ୍ର ସେମାନଙ୍କ ମାଲିକମାନଙ୍କ ପାଖରେ ପହଞ୍ଚାଇ ଦିଆଯିବ ବୋଲି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ପୋଲିସର ଏହି ଜନହିତକର କାର୍ଯ୍ୟକୁ ସାଧାରଣ ଜନତା ଏବଂ ମୋବାଇଲ୍ ଫେରି ପାଇଥିବା ବ୍ୟକ୍ତିମାନେ ବେଶ୍ ପ୍ରଶଂସା କରିଛନ୍ତି।

Related posts

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews

ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତ

mahabharatanews

ନିର୍ବାଚନ ୨୦୨୪  : ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews