(ମହାଭାରତ): ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂଣ୍ଙର୍ଣ ଭୂମିକା ରଖେ ମାସିକ ଋତୁସ୍ରାବ । ଆଉ ଏଥିରେ ଅନିୟମିତତା ମହିଳାମାନଙ୍କ ଚିନ୍ତା ବଢାଇଥାଏ । ଅନିୟମିତ ଋତୁସ୍ରାବକୁ ନେଇ ମନରେ ଗୋଟେ ଭୟ ମଧ୍ୟ ରହିଥାଏ । କୁହାଯାଏ ଏହାର ପ୍ରଭାବ ଗର୍ଭାଶୟ ପରେ ପଡିଥାଏ । କିଛି ଲୋକ କୁହନ୍ତି ଋତୁସ୍ରାବ କ୍ୟାନସରର କାରଣ ମଧ୍ୟ । ତେବେ ଏସବୁ କଥା କେତେ ଦୂର ଠିକ୍ ଏବଂ ଋତୁସ୍ରାବ ଜନିତ ଦ୍ୱନ୍ଦ୍ୱ ଓ ସମସ୍ୟାକୁ ନେଇ କ’ଣ କହିଛନ୍ତି ଗାଇନୋକୋଲଜିଷ୍ଟ ଡାକ୍ତର ସୁଜାତା କର ଆସନ୍ତୁ ଜାଣିବା ।
ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାର କାରଣ କ’ଣ?
ପ୍ରଥମେ ତ ଋତୁସ୍ରାବକୁ ଆପଣ ସମସ୍ୟା ବୋଲି ଧରନ୍ତୁ ନାହିଁ । ପେଟ ବିନ୍ଧିବାର ଅଲଗା କାରଣ ରହିଛି । ଥାଇରଏଡ ଏବଂ ମୋଟାପଣ ପାଇଁ ମଧ୍ୟ ପେଟ ବିନ୍ଧୁଥାଇପାରେ । ଯଦି ଏମିତି ସମସ୍ୟା ଦେଖାଦେଉଛି ତେବେ ଆପଣ ପେନ୍ କିଲର୍ ନେଇପାରିବେ ।
ପେନ କିଲର୍ ପ୍ରତି ମାସରେ ନେବା ଠିକ୍ ?
ମେଡିସିନ୍ ଖାଇବା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ । ଆପଣ ପେଟ ବିନ୍ଧିଲେ ମେଡିସିନ୍ ନେଇପାରିବେ ।
ମେଡିସିନ୍ ନଦେଇ ଋତୁସ୍ରାବ ସମୟରେ ପେଟ ବିନ୍ଧା ଏବଂ ଶରୀର ଦରଜ ପାଇଁ କିଛି ଘରୋଇ ଉପଚାର କରିପାରିବା?
ପ୍ରଥମ ଉପଚାର ହେଉଛି ମାନସିକ ସ୍ତରରେ ସୁସ୍ଥ ରହିବା । ଏଥିସହ ଆପଣ ଗରମ ପାଣି ପିଇପାରିବେ । ଚେଷ୍ଟା କରନ୍ତୁ ଯେମିତି ଗ୍ୟାସ ନହେଉଥିବା ଖାଦ୍ୟ ଖାଇବେ ।
ଅନିୟମିତ ଋତୁସ୍ରାବ କାରଣ କ’ଣ?
ସେଇଟା ଆମ ଭୁଲ୍ ପାଇଁ ହୋଇଥାଏ । ସାଧାରଣତଃ ହରମୋନାଲ ଇନବାଲାନ୍ସ ହେଲେ ଏମିତି ସମସ୍ୟା ଦେଖା ଦେଇଥାଏ । ପ୍ରସାକ୍ଟିନ୍ ନାମକ ଏକ ହରମୋନ୍ ଅଧିକ ଥିଲେ,ଥାଇରଏଡ୍ ଏବଂ ଯଦି ଓଜନ ବଢିବାରେ ଲାଗୁଥିବ,ତେବେ ଏମିତି ସମସ୍ୟା ଦେଖାଦେବ । ଆପଣ ଏଥିପାଇଁ ଡାକ୍ତରଙ୍କୁ ଦେଖାକରନ୍ତୁ ।
ବାହାଘର ପରେ ଋତୁସ୍ରାବ ଜନିତ ଯନ୍ତ୍ରଣା କମିଯାଏ?
ବାହାଘର ସହ ଏହାର କୌଣସି ସମ୍ପର୍କ ନାହିଁ । ବୟସ ସହ ଏହାର ସମ୍ପର୍କ ରହିଛି । ବୟସ ଅଧିକ ହେଲେ କଷ୍ଟ କମ ହୋଇଥାଏ । ପିଲା ଜନ୍ମ ହେବା ପରେ ଗର୍ଭଗୃହ ଖୋଲିଯାଏ ଯାହା ଋତୁସ୍ରାବ ପୀଡାକୁ କମ୍ କରିଦିଏ ।
ପ୍ରଥମ ଋତୁସ୍ରାବ ଡେରି ହେଲେ କ’ଣ କରିବେ?
୧୪ରୁ ଅଧିକ ବର୍ଷ ପରେ ଯଦି ଋତୁସ୍ରାବ ହେଉନି ତେବେ ଆପଣ ଡାକ୍ତରରଙ୍କୁ ଦେଖା କରନ୍ତୁ ।
ଋତୁସ୍ରାବକୁ ନେଇ କ୍ୟାନସର ହୁଏ ?
ଋତୁସ୍ରାବ ସମୟରେ ହାଇଜିନିକ ରହିବା କଥା । ଯାହାର ହାଇଜିନ୍ ଖରାପ ତାଙ୍କ ଏଚପିଭି ପରି ଏକ ଇନଫେକ୍ସନ ହୋଇଥାଏ । ଯାହାର ସର୍ଭିକାଲ କ୍ୟାନସର ସହ ସଂଯୋଗ ରହିଛି ।
previous post
