ଓଡିଶା

ପୋଖରୀରେ ଖସିପଡିଲା ମହିନ୍ଦ୍ରା ଭ୍ୟାନ

ମହାଭାରତ, ଉଦଳା: ଜାଗରରେ ଘଟିଲା ଅଘଟଣ । ଘରୁ ଏକ ମହିନ୍ଦ୍ର ଇକୋ କାରରେ ପରିବାର ସଦସ୍ୟ ବାହାରିଥିବା ବେଳେ ଘର ସାମ୍ନାରେ ଥିବା ପୋଖରୀରେ ଗଳିପଡ଼ିଲା ଗାଡ଼ି । ତେବେ ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ ।
ଉଦଳାର ସର୍ବ ପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ରହୁଥିବା ସଞ୍ଜିତ କୁମାର ସାହୁଙ୍କ ସମେତ ପରିବାର ସଦସ୍ୟ ଚାରି ଜଣ ଇକୋ ଗାଡ଼ିରେ ଘରୁ ବାହାରିଥିଲେ । ହେଲେ ଘରୁ ବାହାରିବାର ମାତ୍ର କେଇ ମିନିଟ ପରେ ଗାଡି ଚାଳକ ଗାଡି ଭାରସାମ୍ୟ ହରାଇ ବସିଥିଲା ଓ ଘର ସାମ୍ନାରେ ଥିବା ପୋଖରୀରେ ପଶିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଗାଡିରୁ ସମସ୍ତ ଯାତ୍ରୀଙ୍କୁ ବାହାର କରିବାକୁ ଚେଷ୍ଟା ଚଳାଇଥିଲେ । କିଛି ସମୟ ପରେ ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଯାହାଫଳରେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ଲୋକେ ।

Related posts

ଖରିଫ୍ ୨୦୨୬ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ବଡ଼ ଆର୍ଥିକ ସହାୟତା

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ସାଂସଦ ଚନ୍ଦ୍ରଶେଖର ସାହୁ 

mahabharatanews

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

mahabharatanews