Uncategorized

ନିଜ କବର ନିଜେ ଖୋଳନ୍ତି କଏଦୀ

(ମହାଭାରତ): ସାରା ବିଶ୍ୱରେ ଆପଣ ଏପରି ଅନେକ ପ୍ରକାରର ଜେଲ ବିଷୟରେ ଶୁଣିଥିବେ ଯେଉଁଠି କଏଦୀ ମାନଙ୍କ ସହିତ ବର୍ବରତାର ସମସ୍ତ ସୀମା ପାର କରାଯାଇଥାଏ । ଏହ ଜେଲରେ ଏପରି ଦଣ୍ଡ ଦିଆଯାଇଥାଏ ଯାହା ବିଷୟରେ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯାଇପାରେ । ଜେଲରେ କଏଦୀ ମାନଙ୍କ ସହିତ ଅତ୍ୟାଚାର କରାଯିବା ଏକ ସାଧାରଣ କଥା ଅଟେ କିନ୍ତୁ ଦୁନିଆରେ ଏକ ଏପରି ଜେଲ ରହିଛି ଯେଉଁଠି କଏଦୀ ମାନେ ନିଜ କବର ନିଜେ ହିଁ ଖୋଳିଥାନ୍ତି । ଏମିତି ଏକ କଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ କିନ୍ତୁ ଏହା ସତ ଅଟେ । ସୂଚନାନୁଯାୟୀ ଉତ୍ତର କୋରିଆରେ ଅବସ୍ଥିତ ଏହି ଜେଲରେ କଏଦୀ ମାନଙ୍କ ସହିତ କେତେ ମାତ୍ରାରେ ନିଷ୍ଠୁରତା କରାଯାଇଥାଏ ଏହା ହେଉଛି ତାର ସଦ୍ୟ ପ୍ରମାଣ ।

ସୂଚନାନୁଯାୟୀ କଏଦୀ ମାନଙ୍କୁ ଏଠାରେ ଜୋର ଜବରଦସ୍ତି ମଜୁରୀ ଖଟିବାକୁ କୁହାଯାଇଥାଏ । ଉତ୍ତର କୋରିଆର ଏହି ଜେଲରେ ବନ୍ଦ ଥିବା କଏଦୀ ମାନଙ୍କୁ ଶୋଇବା ପାଇଁ ବହୁ ଛୋଟ ଛୋଟ ସେଲ ଦିଆଯାଇଥାଏ ।ଏହା ବ୍ୟତୀତ କଏଦୀ ମାନଙ୍କୁ ଅତି ନିର୍ମମ ଭାବେ ପ୍ରହାର କରାଯାଇଥାଏ । ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨ଘଣ୍ଟା ସେମାନଙ୍କ ଦ୍ୱାରା ବହୁତ କଠିନ ପରିଶ୍ରମ କରାଯାଇଥାଏ ।

ଏକ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଜେଲ ଦୁନିଆର ସବୁଠାରୁ ଖତରନାକ ଜେଲ ମଧ୍ୟରୁ ଗୋଟିଏ । ଏହି ଜେଲରେ ହଜାର ହଜାର ଲୋକଙ୍କୁ କଏଦୀ ଭାବେ ରଖାଯାଇଛି । ଅନେକ ଲୋକଙ୍କ କହିବାନୁଯାୟୀ ଏମାନଙ୍କ ମଧ୍ୟରୁ କିଛି ଏପରି ବି ଲୋକ ଅଛନ୍ତି ଯିଏକି କୌଣସି ଅପରାଧ କରିନାହାନ୍ତି ତଥାପି ଏଠାରେ ସଜା କାଟୁଛନ୍ତି ।

Related posts

ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂ କିଏ: ନିର୍ଭୟାଙ୍କ ମା’

mahabharatanews

ସିଆଇଏସଏଫ ପ୍ରୋଟୋକଲ ବ୍ରେକ: ସୋମନାଥଙ୍କ ମୋବାଇଲ ଜବତ

mahabharatanews

ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କାର ପିଆଜ ଚୋରି

mahabharatanews