Uncategorized

ଓରିଓ ମିଲ୍କ ସେକ

(ମହାଭାରତ): ଖରାଦିନ ଆସିଲାଣି । ଏହି ଦିନରେ ଅସହ୍ୟ ତାତିରୁ ନିସ୍ତାର ଲାଗି ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଘରେ ତିଆରି କରିବା କଷ୍ଟକର ଓ ସମୟ ସାପେକ୍ଷ ଭାବି ଆମେ ବାହାରୁ କିଣି ପିଇବାକୁ ପସନ୍ଦ କରିଥାଉ । କିନ୍ତ୍ୁ ଘରେ ମଧ୍ୟ ଖୁବ କମ ସମୟରେ ଥଣ୍ଡା ପାନୀୟ ପ୍ରସ୍ତୁତ କରିହେବ । ତେବେ କମ ସମୟ ଏବଂ କମ ସାମଗ୍ରୀରେ ହେଉଥିବା ସ୍ୱାଦିଷ୍ଟ ଓରିଓ ମିଲ୍କ ସେକକୁ କିପରି ତିଆରି କରିବେ ।
ଆବଶ୍ୟକୀୟ ସାମଗ୍ରୀ:
ଓରିଓ ବିସ୍କୁଟ,କ୍ଷୀର,ଭାନିଲା ଆଇସକ୍ରିମ,ଚକୋଲେଟ ବାର
ଓରିଓ ମିଲ୍କ ସେକ ତିଆରି କରିବା ପାଇଁ ପ୍ରଥମେ ଏକ ମିକ୍ସି ଜାରରେ ଓରିଓ ବିସ୍କୁଟକୁ ଭାଙ୍ଗି ପକାନ୍ତୁ । ତା ପରେ ସେଥିରେ କ୍ଷୀର,ଭାନିଲା ଆଇସକ୍ରିମ ପକାଇ ଭଲ ଭାବେ ଗ୍ରାଇଣ୍ଡ କରିଦିଅନ୍ତୁ । ଯଦି ଆପଣ ମିଲ୍କ ସେକକୁ ଅଧିକ କ୍ରୀମି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ସେଥିରେ ଅଧିକ କ୍ରିମ ପକାଇ ପାରିବେ ।
ସେହିପରି ଆପଣ ଯଦି ଅଧିକା ଲୋକଙ୍କ ପାଇଁ ଏହା ତିଆରି କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଅଧିକ ମାତ୍ରାରେ କ୍ଷୀର ବ୍ୟବହାର କରନ୍ତୁ । ଆପଣ ମିଲ୍କ ସେକକୁ ଗ୍ରାଇଣ୍ଡ କଲା ପରେ ପ୍ରସ୍ତୁତ ହୋଇଯିବ ଓରିଓ ମିଲ୍କ ସେକ । ତା ପରେ ଏହାକୁ ସୁନ୍ଦର ଭାବେ ଡ଼େକୋରେଟ କରି ପରସିବା ପାଇଁ ଆପଣ ଗୋଟେ ଖଣ୍ଡ ଚକୋଲେଟ ବାରକୁ ଏକ ପାତ୍ରରେ ତରଳାଇ ଦିଅନ୍ତୁ ।
ତାପରେ ଏକ କାଚ ଗ୍ଲାସର ଭିତର ପାଖରେ ସଜେଇଲା ଭଳି ମେଲ୍ଟ ହୋଇଥିବା ଚକୋଲେଟକୁ ପକାନ୍ତୁ ।ତା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଲ୍କ ସେକକୁ ଗ୍ଲାସରେ ଢାଳନ୍ତୁ । ଏହା ପରେ ତାକୁ ଆହୁରି ଡ଼େକୋରେଟ କରିବା ପାଇଁ ମିଲ୍କ ସେକ ଉପରେ ଭାନିଲା ଆଇସକ୍ରିମ ପକାଇ ଦୁଇ ଖଣ୍ଡ ଓରିଓ ବିସ୍କୁଟ ଦେଇ ସଜାନ୍ତୁ ।
ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଓରିଓ ମିଲ୍କ ସେକ । ତା ପରେ ଏହାକୁ ନିଜେ ପିଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ପିଇବାକୁ ଦିଅନ୍ତୁ ।

Related posts

ମଶା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କୋଲଡ୍ରିଙ୍କ୍ ବୋତଲ

mahabharatanews

ସତ୍ୟବାଦୀରେ ଖୋଲିଲା ୫ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

mahabharatanews

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews