Uncategorized

ଇନ୍ଦୋର: କାଶୀ ମହାକାଳ ଏକ୍ସପ୍ରେସ ସେବା ଶୁଭାରମ୍ଭ

ମହାଭାରତ, ଇନ୍ଦୋର: ଭାରତୀୟ ରେଳର ଖାଦ୍ୟ ଓ ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ କାଶୀ ମହାକାଳ ଏକ୍ସପ୍ରେସର ଶୁଭାରମ୍ଭ ଆଜି ସକାଳେ ଇନ୍ଦେ।।ରରୁ କରାଯାଇଛି । ସକାଳ ୧୦ଟା ୫୫ ମିନିଟରେ ଇନ୍ଦୋରରୁ ବାରାଣସୀ ଅଭିମୁଖେ ଇନ୍ଦୋର ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି । ଏହା ଭାରତୀୟ ରେଳବାଇର ୩ୟ ଘରୋଇ ପରିଚାଳିତ ଟ୍ରେନ ।
ଆଜି ସକାଳେ ଇନ୍ଦୋର ସ।।ଂସଦ ଶଙ୍କର ଲାଲୱାନୀ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ମହାକ।।ଳଙ୍କ ଫଟୋକୁ ଯାତ୍ରୀଙ୍କ ସୁବିଧା ପାଇଁ ବି-୫ କୋଚରୁ ଉଠାଇ ପ୍ୟାଣ୍ଟ୍ରି ଡବାରେ ଲଗା ଯାଇଛି । ଏହି ଅବସରରେ ଲାଲୱାନୀ କହିଛନ୍ତି, ଦାବି ମୁତାବକ କିଛି ସିଟକୁ ଖାଲି ରଖାଯାଇଛି । ଏବେ ଯାତ୍ରୀମାନେ ଏହା ଦ୍ୱାରା ସେମାନଙ୍କ ଯାତ୍ରାକୁ ଉପଭୋଗ କରି ପାରିବେ । ଟ୍ରେନ ଇନ୍ଦୋର ଷ୍ଟେସନରେ ପହଞ୍ଚିବା ପରେ କିଛି ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଟ୍ରେନର ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯାତ୍ରୀଙ୍କ ଉତ୍ସାହ ଓ ଟ୍ରେନର ପରିଚାଳନା ଯୋଗୁ ଏହା ସମ୍ଭବ ହୋଇ ନ ଥିଲା ।

Related posts

ଏପ୍ରିଲ ୩୦ ଯାଏ ଲକଡାଉନ ଘୋଷଣା କଲା ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ

mahabharatanews

ଡବ୍ଲୁଏଚଓ କହିଲା, କରୋନା ଆମ ସହ ରହିଥିବ

mahabharatanews

ଆଜି ନାମାଙ୍କନ ପତ୍ର ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ

mahabharatanews