ଅପରାଧ

୧୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ହାଟ ବଜାର ଠାରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଏକ ଅଟୋକୁ ମଧ୍ୟ ଜବତ କରିଛି । ସୂଚନା ଅନୁଯାୟୀ, ଦେଶୀ ମଦ ବିକ୍ରୀ ପାଇଁ ଯାଉଥିବା ବେଳେ ଡେଲାଙ୍କ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ହାଟ ବଜାର ଠାରେ ଚଢାଉ କରିଥିଲେ । ଚଢାଉ ବେଳେ ଏକ ଅଟୋରେ ବୋଝେଇ ହୋଇ ୩୦ ପେଟି (ପ୍ରାୟ ୧୫୦ ଲିଟର) ଦେଶୀ ମଦ ଜବତ ହୋଇଥିଲା । ଏହି କାରବାରରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଦେଶୀ ମଦ ବୋଝେଇ ହୋଇଥିବା ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଏହାସହ ଅଞ୍ଚଳରେ ଦେଶୀ ମଦ କାରବାରର ଚେର କେତେଦୂର ଯାଏ ଲମ୍ବିଛି ସେନେଇ ଅଧିକ ତଥ୍ୟ ହାସଲ ନିମନ୍ତେ ପୋଲିସ ତନାଘନା ଚଳାଇଛି ।

Related posts

ଅର୍ଥ ଲୁଟ ଅଭିଯୋଗରେ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

mahabharatanews

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

mahabharatanews