Uncategorized

ୱେବସିରିଜରୁ କରିସ୍ମାଙ୍କ ଡିଜିଟାଲ ଡେବ୍ୟୁ

(ମହାଭାରତ): ଏକତା କପୁରଙ୍କ ଆଗାମୀ ଏକ ନୂଆ ୱେବସିରିଜ୍ ‘ମେଣ୍ଟାଲହୁଡ’ ନେଇ ଆସୁଛନ୍ତି । ଏହି ସିରିଜ୍ ଜରିଆରେ କରିସ୍ମା କପୁର ନିଜ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସିରିଜଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ । ତେବେ ଏହି ସିରିଜର ଏକ ମଜାଦାର ଟିଜର ରିଲିଜ ହୋଇଯାଇଛି । ଏଥିରେ କରିସ୍ମା କପୁର ମା’ଭୂମିକାରେ ନଜର ଆସିଛନ୍ତି ।

ନିକଟରେ ଏକତା ଇନଷ୍ଟାଗ୍ରାମରେ ‘ମେଣ୍ଟାଲହୁଡ’ର ଟିଜେ ଶେଆର କରିଛନ୍ତି । ଟିଜର ଦେଖି ଜଣାପଡୁଛି ଯେ ଏହାର କାହାଣୀ ଭିନ୍ନ ଭିନ୍ନ ମହିଳାଙ୍କ ଉପରେ ଆଧାରିତ,ଯେଉଁମାନେ ମାଆ ହେବା ପରେ ଭୋଗୁଥିବା ସମସ୍ୟାରୁ ଚିନ୍ତାରେ ଅଛନ୍ତି । କରିସ୍ମା ଏଥିରେ ମୀରା ଶର୍ମାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏକି ନିଜ ପିଲାର ଲାଳନ ପାଳନରେ ବ୍ୟସ୍ତ ରୁହନ୍ତୁ ।

ଏହି ୱେବସିରିଜକୁ କରିସ୍ମା କୋହିଲ ନିର୍ଦ୍ଦେଶନା ଦେଇଥିବାବେଳେ ରୂପାଲି ଗୋହା ଓ ଏକତାଙ୍କ ସହ ମିଶି ଏହାର ପ୍ରଯୋଜନା କରିଛନ୍ତି । କରିସ୍ମାଙ୍କ ବ୍ୟତୀତ ଏଥିରେ ବଲିଉଡ ଅଭିନେତା ଡିନୋ ମୋରିଆ ମଧ୍ୟ ଡିଜିଟାଲ ଡେବ୍ୟୁ କରୁଛନ୍ତି । ତେବେ ଏମାନଙ୍କ ବ୍ୟତୀତ ସିରିଜରେ ସଞ୍ଜୟ ସୁରୀ,ସନ୍ଧ୍ୟା ମୃଦୁଲ,ଶିଳ୍ପା ଶୁକ୍କା,ଶୃତି ଶେଠ୍ ଓ ତିଳୋତମା ଶୋମ୍ ଏହି ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Related posts

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଲିରେ ଫସିଲା ଆମ୍ବୁଲାନ୍ସ, ରୋଗୀ ମୃତ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews

ଆସାମରେ ଖୋଲିଲା ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ

mahabharatanews