Uncategorized

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ାଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଦଙ୍ଗା ଓ ହିଂସାକୁ ନେଇ ·ଲିଥିବା ରାଜନୀତି ବନ୍ଦ ହେଉ । ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତି ଆମ ଆଦମୀ ପାର୍ଟିର ହୁଅନ୍ତୁ ଅଥବା ବିଜେପି, କଂଗ୍ରେସ, କାହାରିକୁ ଛଡ଼ାଯିବା ଉଚିତ ନୁହେଁ । ଏପରିକି ସେ ଯଦି ସମ୍ପୃକ୍ତ ବ୍ୟକ୍ତି ଆପରେ ହୋଇଥିବେ ତେବେ ତାଙ୍କୁ ଅଧିକ ଦଣ୍ଡ ଦିଆଯାଉ ।
ସୂଚନାଯୋଗ୍ୟ, ଯେ ଦିଲ୍ଲୀରେ ହୋଇଥିବା ହିଂସା ଓ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆପ କର୍ପୋରେଟର ତାହିର ହୁସେନଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବାକୁ ସବୁଆଡୁ ଦାବି ଉଠିଛି । ଏପରିପ୍ରେକ୍ଷୀରେ କେଜ୍ରିଓ୍ାଲଙ୍କ ବକ୍ତବ୍ୟର ଗୁରୁତ୍ୱ ବଢିଯାଇଛି ।

Related posts

ପାଲଘର ରାସାୟନ କାରଖାନା ବିସ୍ଫୋରଣ

mahabharatanews

ଦିନକରେ ୨୦ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ନେପାଳରେ ରାଜନୈତିକ ଝଡ, ଜୋର ଧରୁଛି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

mahabharatanews