Uncategorized

କୋରୋନା: ମକ୍କା ଯ।ତ୍ରା ଉପରେ ସ୍ଥଗିତାଦେଶ

ରିୟାଦ: ଚୀନର ବୁହାନରୁ ସୃଷ୍ଟି ହୋଇଥିବା କୋରୋନା ଭୂତାଣୁ ଏବେ ସାରା ବିଶ୍ୱ ପାଇଁ ଆତଙ୍କ ପାଲଟିଛି । ଏହି ସଂକ୍ରମଣର ଭୟାବହତ।।କୁ ଦୃଷ୍ଟିରେ ରଖି ସାଉଦି ସରକାର ଗୁରୁବାର ଧର୍ମୀୟ ଯାତ୍ରା ଉପରେ ଅସ୍ଥାୟୀ ରୂପେ ଅଙ୍କୁଶ ଲଗାଇ ଦେଇଛି । ସାଉଦି ବିଦେଶ ମନ୍ତ୍ରଣାଳୟ ମକ୍କା ଓ ମଦିନା ସମେତ ସମସ୍ତ ଧାର୍ମିକ ସ୍ଥଳୀକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପ୍ରବେଶ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ସାଉଦି କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଅନ୍ୟ ଦେଶର ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଦେଇଛି । ସାଉଦି ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, କୋରୋନା ସଂକ୍ରମଣ ରୋକିବାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଆଯାଇଥିବା ପଦକ୍ଷେପକୁ ଆମ ଦେଶ ସମର୍ଥନ କରୁଛି । ତେଣୁ ସରକାର ନାଗରିକଙ୍କୁ ଅପିଲ କରିଛି କି, ଅନ୍ୟ ଦେଶକୁ ଯିବା ବେଳେ ନିରାପତା ଗ୍ରହଣ କରନ୍ତୁ ଓ କୋରୋନା ପ୍ରଭାବିତ ଦେଶକୁ ଯାତ୍ରା କରିବାଠୁ ଦୂରେଇ ରୁହନ୍ତୁ । ଏଥିସହ ସାଉଦି ସରକାର ହଜ ଯାତ୍ରାକୁ ନେଇ ଚିନ୍ତିତ । ସୂଚନାଯୋଗ୍ୟ, ଚୀନରେ ଏହି ସଂକ୍ରମଣରେ ୨୭୦୦ରେ ପହଞ୍ଚିଛି ଓ ୭୮ ହଜାର ପହଁଚିଛନ୍ତି । ସ।।ରା ବିଶ୍ୱରେ ମୋଟ ୮୧ହଜାର ଲୋକ ସଂକ୍ରମିତ ହୋଇଛନ୍ତି ।

Related posts

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

mahabharatanews

ଶିଶୁଙ୍କ ପତଳା ଝାଡା କରୋନା ସଂକ୍ରମଣର ଲକ୍ଷଣ ହୋଇପାରେ

mahabharatanews