Uncategorized

କେରଳ ସରକାରର ଯ।ଚିକାକୁ ହାଇକୋର୍ଟ ପଠାଇଲେ ସୁପ୍ରିମକୋର୍ଟ

ତିରୁଅନ୍ତପୁରମ: ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସଂଚାଳନ ଓ ପ୍ରବନ୍ଧନ ଅଦାନି ଇଣ୍ଟରପ୍ରାଇଜେସ ଲିମିଟେଡକୁ ଦେବା ପ୍ରସ୍ତାବ ବିରୋଧରେ ଦାୟର ହୋଇଥିବା ରାଜ୍ୟ ସରକାରର ଯାଚିକାକୁ ସୁପ୍ରିମ କୋର୍ଟ ହାଇଇକୋର୍ଟଙ୍କ ନିକଟକୁ ଫେରାଇ ଦେଇଛନ୍ତି । ଭାରତୀୟ ବିମାନ ପ୍ରବନ୍ଧକ (ଏଏଆଇ)କେରଳର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସଂଚାଳନ ଓ ପ୍ରବନ୍ଧନ ଅଦାନି ସମୂହକୁ ପ୍ରଦାନ କରିବା ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବ ବିରୋଧରେ ରାଜ୍ୟ ସରକାରର ପୂର୍ବରୁ ହାଇକୋର୍ଟ ଓ ପରେ ସୁପ୍ରିମ କେ।।ର୍ଟରେ ଯାଚିକା ଦାୟର କରିଥିଲା ।

ପ୍ରଧାନବିଚାରପତି ଏନ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କିଛି ସମୟ ପାଇଁ କେରଳ ସରକାର ପକ୍ଷ ଓ ଅନ୍ୟ ପକ୍ଷର ଦଲିଲ ଶୁଣିଥିଲା ଓ ଏହି ବିବାଦର ସମାଦ ପାଇଁ ହାଇକୋର୍ଟଙ୍କୁ ଯାଚିକା ପଠାଇବାର ନିର୍ଣ୍ଣୟ ନେଇଥିଲେ । ଖଣ୍ଡପୀଠ ଏହି ବିଷୟରେ କହିଛନ୍ତି, ଅନୁଚ୍ଛେଦ ୧୩୧ ଲାଗୁ କରିବା ସମ୍ବନ୍ଧିତ ତର୍କ ଉପରେ ଆବଶ୍ୟକ ହେଲେ ଆଗକୁ ଶୁଣାଣି ହୋଇପାରେ । କେରଳ ସରକାର ବିମାନ ବନ୍ଦରର ପରରିଚାଳନା ଓ ପ୍ରବନ୍ଧନ ଅଧିକାରୀ ଆଗାମୀ ୫୦ ବର୍ଷ ପାଇଁ ଅଦାନି ଇଣ୍ଟରପ୍ରାଇଜେସ ଲିମିଡେକୁ ଦିଆଯିବାକୁ ଏଏଆଇର ପ୍ରସ୍ତାବ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

Related posts

ରୋଷେଇଘରେ ପଶିଲା ୬ଫୁଟିଆ ସାପ ‘ନାଗିନି’

mahabharatanews

ବୀରାପାନ୍ନର ଘନିଷ୍ଠ ମହିଳା ସହଯୋଗୀ ଗିରଫ

mahabharatanews

କରୋନା ଟୀକା ତଥ୍ୟ ଚୋରାଉଛି ଚୀନ: ଆମେରିକା

mahabharatanews