ଓଡିଶା

ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତର ପୌକା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କମାରପଡା ଅଞ୍ଚଳର ପ୍ରଶାନ୍ତ ଦୀପ ବୋଲି ଜଣାପଡିଛି । ଦୂର୍ଘଟଣାରେ ଆଉ ୨ଜଣ ଗୁରତର ଆହତ ହୋଇଛନ୍ତି । ସୂଚନା ଅନୁଯ।।ୟୀ, ଟ୍ରାକ୍ଟରଟି ସ୍ଥାନୀୟ ବାଘ ନଦୀରୁ ବାଲି ବୋଝେଇ କରି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଥିବା ଶ୍ରମିକ ଜଣକ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୂର୍ଘଟଣା ପରେ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ

mahabharatanews

“ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି”: ସୁନୀତା କେଜ୍ରିୱାଲ

mahabharatanews

ବାଲି ମାଫିଆଙ୍କ କବଜାରେ ଲୁଣା କରାଣ୍ଡିଆ ନଦୀବନ୍ଧ: ବନ୍ୟା ଆଶଙ୍କାରେ ୧୩ ଗାଁ ଭୟଭୀତ

mahabharatanews