ଓଡିଶା

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି

ମହାଭାରତ: କୋରାପୁଟ ଜିଲ୍ଲାର ସଦର ମହକୁମା ଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୩ଟି ଅଭିଯୋଗର ଶୁଣାଣି ହୋଇଥିଲା । ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ଗାଁକୁ ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗଗୁଡିକର ଏଥିରେ ଶୁଣାଣି ହୋଇଥିଲା । ତେବେ ପୂର୍ବ ଶୁଣାଣିରେ ସମସ୍ୟାଗୁଡିକର ସମାଧାନ ହୋଇ ନ ଥିବାବେଳେ ପ୍ରଥମେ ଏଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକମାନେ ଜିଲ୍ଲାପାଳଙ୍କୁ ନିକଟରେ ଦାବିକ କରିଥିଲେ । ସେହିପରି କୋଡିକଗାଁ ଅଞ୍ଚଳରେ ନୂତନ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ମହିଳାମାନେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାନୁ, ପିଡିଦଆରଡିଏ ପ୍ରବୀର କୁମାର ନାଏକଙ୍କ ସମେତ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews

ସ୍ନାନଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

mahabharatanews

ପ୍ରବଳ ବର୍ଷାର ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews