ଓଡିଶା

ବାଲୁକା କଳାରେ ବିଜୁବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ ନିବେଦନ

(ମହାଭାରତ, ପୁରୀ): ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଦିନକୁ ଚିରଦିନ ପାଇଁ ସ୍ମରଣୀୟ କରିବାକୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମୀରେ ବିଜୁବାବୁଙ୍କ ଏକ ବିଶାଳ ପ୍ରତିମୂର୍ତ୍ତିକୁ ବାଲୁକାରେ ତୋଳି ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ପ୍ରବାଦ ପୁରୁଷ କେବଳ ରାଜ୍ୟରେ ନୁହେଁ ଦେଶର ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଣୁ ତାଙ୍କର ସ୍ଥାନ ଭାରତର ଇତିହାସରେ ସ୍ୱତନ୍ତ୍ର । ଏଥିପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବାକୁ ବାଲୁକା ଶିଳ୍ଫୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

Related posts

ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ

mahabharatanews

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews