ଓଡିଶା

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

(ମହାଭାରତ, ଆନନ୍ଦପୁର): କେନ୍ଦଝର ଜିଲ୍ଲା ଘଷିପୁରା ଥାନା ଏନଏଚ୍-୨୦ କୋଳିମାଟି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ଅଜଣା ଗାଡିକୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଛି । ଏଥିରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗରୁତର ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ଯୋଡାର ଟୁଟୁ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନିଜ ମାଆଙ୍କ ଅପରେସନ ପାଇଁ ଯୋଡାରୁ ଦେବାଶିଷ ମହାକୁଡ ଏକ ବୋଲେରୋ ଭଡା କରି ଆସୁଥିଲେ । ସାଙ୍ଗରେ ତାଙ୍କ ଭଣଜା ବିଜୟ ମହାକୁଡ ଥିଲେ । ତେବେ କୋଳିମାଟି ଛକ ନିକଟରେ ସାମ୍ନାରେ ଥିବା ଏକ ଅଜଣା ଗାଡିକୁ ବୋଲେରୋଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଟୁଟୁଙ୍କର ମୃତ୍ୟୁ ହୋଇଥିଲା । ଗାଡିରେ ଥିବା ଦେବାଶିଷ ଓ ଟୁଟୁଙ୍କ ଭଣଜା ବିଜୟ ମହାକୁଡ ଏଥିରେ ଗୁରୁତର ହୋଇଛନ୍ତି । ପୋଲିସ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ସବ୍ ଡିଭିଜନାଲ ମେଡିକାଲରେ ଭର୍ତ୍ତି କରିଛି । ସେମାନଙ୍କ ଅବସ୍ଥା ଏବେ ବି ଗୁରତର ରହିଛି । ଏହି ଦୂର୍ଘଟଣା ପରେ ସାମ୍ନାରେ ଥିବା ଗାଡିଟି ଫେରାର ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Related posts

ଭାରତରେ ବଢୁଛି କରୋନା ଚିନ୍ତା, ୧ ଲକ୍ଷ ୮୨ ହଜାର ୧୪୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୫ ହଜାର ୧୬୪ ମୃତ

mahabharatanews

କାରଗିଲରେ ଭୁକମ୍ପ ଝଟକା

mahabharatanews

ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍

mahabharatanews