Uncategorized

ଚାଷୀଙ୍କ ୨ ଲକ୍ଷ ଟଙ୍କା ଋଣ ଛାଡ

(ମୁମ୍ବାଇ): ମହାରାଷ୍ଟ୍ର ବିଧାନସଭାରେ ଶୁକ୍ରବାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟରେ କ୍ଷମତାସୀନ ଥିବା ଶିବସେନାର ଏହା ପ୍ରଥମ ବଜେଟ୍ ଅଧିବେଶନ । ସରକାର ଗଠନ ପରେ ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଅଜିତ ପାୱାର ଚଳିତ ବର୍ଷର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ରାଜ୍ୟରେ ୨ ଲକ୍ଷ ଚାଷୀଙ୍କର ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ କରିବାକୁ ଘୋଷଣା କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୮୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାର ଆଇନ ତିଆରି କରିବେ ବୋଲି ପାୱାର ଏହି ବଜେଟ୍ ମାଧ୍ୟମରେ କହିଛନ୍ତି । ଏଥିସହ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯିବ । ଚଳିତବର୍ଷ ବଜେଟ୍ ସାଧାରଣ ଲୋକ ଓ ଚାଷୀଙ୍କୁ ସୁହାଇଲା ଭଳି କରାଯାଇଥିବା କୁହାଯାଉଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଜଳ ସଂରକ୍ଷଣ ଯୋଜନା ଅନୁଯାୟୀ ୨୦୦୦ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆଗାମୀ ୫ ବର୍ଷରେ ଚାଷୀଙ୍କ ପାଇଁ ୫ ହଜାର ସୋଲାର ପମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି । ଫଳରେ ରାଜ୍ୟର ଚାଷୀମାନେ ରାତିରେ ଚାଷ କରିବା ପାଇଁ ବିଦ୍ୟୁତ ପାଇପାରିବେ । ଏଥିପାଇଁ ୬୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ମଧ୍ୟ ବିଦଅପରପକ୍ଷେ ବଜେଟ୍ ଉପସ୍ଥାପନ ପୂର୍ବରୁ ପାୱାର ଏକ ଆର୍ଥିକ ସର୍ଭେ ଉପସ୍ଥାପନ କରିଥିଲେ । ଏହି ସର୍ଭେ ଅନୁସାରେ ଗତବର୍ଷ ଅପେକ୍ଷା ମହାରାଷ୍ଟ୍ରରେ ଚଳିତବର୍ଷ ୫୭ ହଜାର କୋଟି ଟଙ୍କା ଋଣ ରହିଥିବା ଜଣାପଡିଛି ।

Related posts

ଭାରତରେ ବିଶ୍ୱର ଏକ ତୃତୀୟାଂଶ ଯକ୍ଷ୍ମାରୋଗୀ

mahabharatanews

ମାନବ ଚାଲାଣ ବନ୍ଦ କରିବା ସରକାରର ପ୍ରାଥମିକତା: ହେମନ୍ତ

mahabharatanews

ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମିଶୁଷ୍ଟିନ ମଧ୍ୟ କରୋନା ଭାଇରସ ପଜିଟିଭ

mahabharatanews

Leave a Comment