ଅଯୋଧ୍ୟା: ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାର ଗଠନ କରିବାର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅଯୋଧ୍ୟା ଯାଇ ରାମଲଲାଙ୍କା ଦର୍ଶନ କରିଛନ୍ତି । ତାଙ୍କ ସହ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ରହିଛନ୍ତି । ସେମାନେ ସେଠାରେ ରାମଲଲାଙ୍କ ଦର୍ଶନ ପୂର୍ବକ …… ପୂର୍ବରୁ ସରଜୁ ନଦୀକୁ ଯାଇ ସରଜୁ ବନ୍ଦନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୋରୋନା ସଂକ୍ରମଣକୁ ନେଇ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହା ପୂର୍ବରୁ ୨୦୧୯ରେ ଉଦ୍ଧବ ଠାକରେ ଅଯୋଧ୍ୟା ଯାଇଥିଲେ ଓ ଭଗବାନ ରାମଙ୍କ ପୂଜାର୍ଚ୍ଚନା କରିଥବଲେ । ତାଙ୍କ ସହ ସେତେବେ ଶିବସେନାର ୧୮ ଜଣ ସାଂସଦ ଅଯୋଧ୍ୟା ଯାଇଥିଲେ । ତେବେ ଆଜିର ଏହି ଅଯୋଧ୍ୟା ଗସ୍ତକୁ ରାଜନୈତିକ ବିଶେଷଜ୍ଞ ଅନ୍ୟ ରୂପରେ ଦେଖିଛନ୍ତି । ଶିବସେନା ସର୍ବଦା ହିନ୍ଦୁତ୍ୱ ମୁଦ୍ଦାକୁ ନେଇ ରାଜନୀତି କରି ଆସୁଛି । ବର୍ତ୍ତମାନ ସରକାର ଗଠନ କରିବାକୁ ଶିବସେନା କଂଗ୍ରେସ ଓ ଏନସିପି ସହ ମେଣ୍ଟ ଗଠନ କରିଛି । ତେବେ ଆଜି ମଧ୍ୟ ଶିବସେନା ପାଇଁ ହିନ୍ଦୁତ୍ୱ ମୁଦ୍ଦା ଗୁରୁତ୍ୱପୂର୍ଣ୍ଣ, ଏହା ଦର୍ଶାଇବାକୁ ଚେଷ୍ଟା କରାଯାଉଥିବା ଆଜିର ଏହି ଗସ୍ତରେ ଦର୍ଶାଯାଉଛି ।
ଅପରପକ୍ଷରେ ଉଦ୍ଧବ ଠାକରେଙ୍କୁ ବିରୋଧ କରୁଥିବା ମହନ୍ତ ଓ ହିନ୍ଦୁ ମହାସଭାର ଜିଲ୍ଲା ଅଧ୍ୟକ୍ଷଙ୍କୁ ନଜର ବନ୍ଦୀ କରାଯାଇଛି । ହନୁମାନ ଗଦିର ମହନ୍ତ ରାଜୁ ଦାସ, ହିନ୍ଦୁ ମହାସଭାର ମହନ୍ତ ପରଶୁରାମ ଦାସ ଓ ତପସ୍ପୀ ଛାଉଣୀର ସନ୍ଥ ପରମହଂସଙ୍କୁ ମଧ୍ୟ ତାଙ୍କ ଆଶ୍ରମରେ ନଜର ବନ୍ଦୀରେ ରଖା ଯାଇଛି । କାରଣ ଶିବସେନା ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିବା ପରେ ଅଯୋଧ୍ୟାରେ ଉଦ୍ଧବଙ୍କୁ ବିରୋଧ କରାଯିବା ସହ ତାଙ୍କ ଗସ୍ତ କାଳରେ ବିରେ।।ଧ ପ୍ରଦର୍ଶନ କରାଯିବ ବୋଲି ମହନ୍ତ ରାଜୁ ଦାସ ଓ ଅନ୍ୟମାନେ ଚେତାବନୀ ଦେଇଥିଲେ ।
ସୂଚନାଯୋଗ୍ୟ, ଶିବସେନା ବିଧାୟକ ପ୍ରତାପ ସରନାଇକ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ରାମ ମନ୍ଦିର ଟ୍ରଷ୍ଟରେ ଶିବସେନାର ଜଣେ ସଦସ୍ୟଙ୍କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ସେ ଏହି ଚିଠିରେ ବାବା ସାହେବଙ୍କ ରାମ ମନ୍ଦିର ନିର୍ମାଣ ଅନ୍ଦୋଳନର ମଧ୍ୟ ବର୍ଣ୍ଣନା କରି ଶିବସେନା ରାମମନ୍ଦିର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ତୁଲାଇଥିବା କହିଛନ୍ତି । ତେଣୁ ଶିବସେନାକୁ ଟ୍ରଷ୍ଟରେ ଜାଗା ଦେବାକୁ ସେ କହିଛନ୍ତି ।