(ମହାଭାରତ): ମୋଟାପଣ ଏକ ସାଧାରଣ ସମସ୍ୟା ଅଟେ । ଆଜିର ଖାଦ୍ୟ ଏବଂ ଜୀବନଶୈଳୀରେ ଶରୀରକୁ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ କଷ୍ଟକର । ସାରା ଦିନ ଅଫିସରେ ବସି ପେଟ ଏବଂ ଅଣ୍ଟା ପାଖରେ ଅତିରିକ୍ତ ଚର୍ବି ଜମା ହୋଇଥାଏ । ଯାହା ଦେଖିବା ପାଇଁ ବହୁତ ଖରାପ ଲାଗିଥାଏ । ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହିଁଥାନ୍ତି, ଏହା ପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ମୋଟାପଣକୁ କମାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି- ଯୋଗାସନ । ଆସନ୍ତୁ ଆମେ ଆପଣଙ୍କୁ ଦୁଇଟି ଖାସ୍ ଆସନ ବିଷୟରେ ଜଣାଇବୁ, ଯାହାର ମାଧ୍ୟମରେ ଆପଣଙ୍କ ମୋଟାପଣ ସହଜରେ ହ୍ରାସ ପାଇବ ।
ପ୍ରଜାପତି ଆସନ:
ପ୍ରଜାପତି ଆସନ ବହୁତ ସହଜ ଆସନ ଅଟେ । ଏହି ଆସନ ଶରୀରକୁ ସଠିକ ଆକାର ଦେଇଥାଏ । ଏହି ଆସନକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ଶରୀର ଚିନ୍ତାମୁକ୍ତ ରହିଥାଏ । ସର୍ବପ୍ରଥରେ ନିଜର ଗୋଡକୁ ବିସ୍ତାର କରନ୍ତୁ ଏବଂ ସିଧା ବସନ୍ତୁ । ଏବେ ଅପଣଙ୍କ ଦୁଇ ଗୋଡ ଭିତରକୁ ବଙ୍କା କରନ୍ତୁ । ଧ୍ୟାନ ରଖନ୍ତୁ ଆପଣଙ୍କ ଦୁଇ ପାଦ ପରସ୍ପରକୁ ସ୍ପର୍ଶ କରିବା ଉଚିତ୍ । ଏବେ ଆପଣ ନିଜର ଦୁଇ ହାତ ସାହାଯ୍ୟରେ ଦୁଇ ଗୋଡକୁ ଧରି ରଖନ୍ତୁ । ଏବେ ଏହି ଅବସ୍ଥାରେ ଲମ୍ବା ନିଶ୍ୱାସ ନିଅନ୍ତୁ । ନିଶ୍ୱାସ ନେବାବେଳେ ଆଣ୍ଠୁ ଏବଂ ଜଙ୍ଘକୁ ଭୁମି ଆଡକୁ ଦବାନ୍ତୁ । ଏବେ ପ୍ରଜାପତି ପଙ୍ଖପରି ନିଜର ଦୁଇ ଗୋଡକୁ ଉପର ତଳ କରିବାକୁ ଚେଷ୍ଟା କରନ୍ତୁ । ଧିରେ ଧିରେ ନିଜର ଗତିକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ପ୍ରକ୍ରିୟାରେ ନିଶ୍ୱାର ନିଅନ୍ତୁ ।
ଧନୁରାସନ:
ଏଶୀରର ସଠିକ୍ ଆକୃତି ପାଇଁ ଧନୁରାସନ ବହୁତ ଲାଭଦାୟକ ଅଟେ । ଏହି ଆସନକୁ କରିବା ପାଇଁ ସମ୍ପୁର୍ଣ୍ଣ ଶରୀରକୁ ବ୍ୟବହାର କରିବାକୁ ପଡିଥାଏ । ଏହି ଆସନକୁ କରିବା ପାଇଁ ପ୍ରଥମେ ଆପଣେ ପେଟମାଡି ଶୋଇଯାଅନ୍ତୁ । ଧ୍ୟାନରଖନ୍ତୁ ଯେପରି ଆପଣଙ୍କ ପାଦକୁ ଦୁରକୁ ରଖନ୍ତୁ ଏବଂ ଉଭୟ ହାତକୁ ସିଧା ରଖନ୍ତୁ । ବର୍ତ୍ତମାନ ଆପଣ ନିଜର ଆଣ୍ଠୁକୁ ମୋଡି ଅଣ୍ଟା ପାଖକୁ ନେଇଆସନ୍ତୁ ଏବଂ ପାଦକୁ ଦୁଇ ହାତ ପାପୁଲି ସାହାଯ୍ୟରେ ଧରି ରଖନ୍ତୁ । ଏବେ ନିଶ୍ୱାସ ନେଇ ଛାତିକୁ ଭୂମିରେ ଲଗାଇ ଶରୀରକୁ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ । ବର୍ତ୍ତମାନ ଦୁଇ ପାଦକୁ ଆଗକୁ ଟାଣନ୍ତୁ । ଏବେ ନିଜର ସନ୍ତୁଳନ ରକ୍ଷା କରି ଆଗକୁ ଦେଖନ୍ତୁ । ଏହି ଆସନକୁ କରିବା ପାଇଁ ଟିକିଏ ଅଭ୍ୟାସର ଆବଶ୍ୟକ ରହିଛି, ଏଥିପାଇଁ ଧିରେ ଧିରେ ଏହାର ଅଭ୍ୟାସ କରନ୍ତୁ । ୧୫-୨୦ ସେକେଣ୍ଡ ପରେ ପ୍ରଶ୍ୱାସ ଛାଡି ନିଜର ଗୋଡ ଏବଂ ଛାତିକୁ ଧିରେ ଧିରେ ଭୂମି ଆଡକୁ ଆଣନ୍ତୁ ।
