ଓଡିଶା

ନଦୀରେ ବୁଡିଗଲେ ଦାଦା-ପୁୁତୁରା

(ମହାଭାରତ, ଝାରସୁଗୁଡା): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଥିବା ଇବ୍ ନଦୀରେ ଜଣେ ଯୁବକ ଓ ତାଙ୍କ ଦାଦା ବୁଡି ଯାଇଥିବା ଜଣାପଡିଛି । ଦାଦାଙ୍କ ନାମ ସନ୍ଦିପ ମାହାତୋ ହୋଇଥିବା ବେଳେ ପୁତୁରାର ନାମ ଚେତନ ମାହାତୋ ବୋଲି ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ, ସ୍ଥାନୀୟ ଲମଟାବାହଲ ଗାଁର ୪୫ ବର୍ଷିୟ ସନ୍ଦୀପ ନିଜ ପୁତୁରା ଚେତନଙ୍କୁ ଧରି ଇବ୍ ନଦୀର ଓଟିଏମ ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଚେତନଙ୍କ ଗୋଡ ଖସି ଯିବାରୁ ସେ ମଝି ନଈକୁ ଚାଲିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ସନ୍ଦିପ ନଦୀ ଭିତରକୁ ପଶିଥିଲେ । କିନ୍ତୁ ଦାଦା-ପୁତୁରା ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲା । ବହୁ ଖୋଜାଖୋଜି ପରେ ବି ଦୁହିଁଙ୍କର କୌଣସି ପତ୍ତା ଏଯାଏ ମିଳିନାହିଁ । ନିକଟରେ ଏକ ବ୍ରିଜ ନିର୍ମାଣ ହେଉଥିବାରୁ ନଦୀ ଗର୍ଭକୁ ଖୋଳାଯାଇଥିଲା । ଯାହା ଫଳରେ ଘାଟ ନିକଟରେ ଅଧିକ ପାଣି ଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୁତୁରା ଚେତନ ସ୍ଥାନୀୟ ଶିକ୍ଷା ନିକେତନରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣାପଡିଛି ।

Related posts

ସନ୍ଦେହ ଜନକ ଅବସ୍ଥାରେ ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews

ଏକ୍ସିଲ-ସ୍କର୍ପିଓ ଧକ୍କା,ଜଣେ ଗୁରୁତର

mahabharatanews