ଓଡିଶା

ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲକୁ ଚୟନ ହେଲା ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିଳାଷ “

(ହିଞ୍ଜିଳି/ ଋକ୍ସନୀକାନ୍ତ ପାତ୍ର): କରୋନା ସମାଜର ଚଳଣି କୁ ସମ୍ପୂର୍ଣ୍ଣ ଭାବେ ବଦଳି ଦେଇଛି। ଲକ୍ ଡାଉନ୍ର ପୃଷ୍ଠଭୂମିରେ ମହାମାରୀ ଆମ ସଭ୍ୟ ସମାଜକୁ ଅନେକ ଶିକ୍ଷା ମଧ୍ୟ ଦେଇଛି । ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନା ମଧ୍ୟ କରାଯାଉଛି। ଏହି ରୋଗର ନିଦାନ କହିଲେ ଏକ ମାତ୍ର ବିକଳ୍ପ ହେଉଛି ସଚେତନତା। ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକଙ୍କ ପ୍ରୟାସରେ ଲକଡାଉନ୍ର ସଚେତନା ବାର୍ତ୍ତା ବହନ କରୁଥିବା ଏକ କ୍ଷୁଦ୍ର କଳାତ୍ମକ ଚଳଚିତ୍ର ” ଅଭିଳାଷ ” ଜାତୀୟ ସ୍ତରୀୟ ଫିଲ୍ମ ଫେଷ୍ଟିଭାଲକୁ ଚୟନ ହୋଇଛି। ଏହା ଆଗାମୀ ଦିନରେ ଜିଲ୍ଲା ପାଇଁ ଗୌରବ ଆଣିଦେବ ବୋଲି କଳା ପ୍ରେମୀ ମାନେ ମତ ଦେଇଛନ୍ତି। ଏହି କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ରକୁ ନୃତ୍ୟମ ଅନୁଷ୍ଠାନର ମୁଖ୍ୟ କୃଷ୍ଣ କୁମାର ସାହୁ ନିର୍ଦେଶ ଦେଇଥିବା ବେଳେ ମୁଖ୍ୟ ଭୂମିକା ରେ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇଥିବାରୁ ମନୋନିତ ପାଇଁ ମାପ କାଠି ସାବ୍ୟସ୍ତ ହୋଇପାରିଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ଟି ହିଞ୍ଜିଳିକାଟୁ ରେ ନିର୍ମାଣ ହୋଇଛି। ଚଳଚ୍ଚିତ୍ରର ସହକାରୀ ନିର୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମେରା ମ୍ୟାନ ଟି ଶ୍ରୀନିବାସ,ଆସି ଷ୍ଟାଣ୍ଡ କ୍ୟାମେରା ମ୍ୟାନ ରବି ସାହୁ, ଗୋପାଳ ମହାନ୍ତି, ପ୍ରଭାତ କୁମାର ମହାରଣା, ଚିମନ୍ ସାହୁ, କେଶବ ମହାରଣା, ସୋମନାଥ ବେହେରା ବିଭିନ୍ନ ଦାୟିତ୍ଵ ତୁଲାଇଥିଲେ। ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ପ୍ରୟାସ ରେ ଚୟନ ହୋଇଥିବା ଚଳଚ୍ଚିତ୍ର ଟି ଜିଲ୍ଲା ଓ ନିଜ ମାଟି ପାଇଁ ନୂତନ ପରିଚୟ ଦେବ ସହ ସୁନାମ ଆଣିବ ବୋଲି ନିର୍ମାତା ମଣ୍ଡଳୀ ଆଶା ରଖିଛନ୍ତି।

Related posts

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

mahabharatanews

୯୦ ହଜାର ବ୍ଲକବାସୀଙ୍କ ପାଇଁ ମାତ୍ର ୨ ଡାକ୍ତର

mahabharatanews

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

mahabharatanews