କୋରାପୁଟ: ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତୀଙ୍କୁ ନେବାକୁ ଆମ୍ବୁଲାନ୍ସ ଫେରିଯିବାରୁ ଏକ ଜିପରେ ପ୍ରସବ କଲେ ପ୍ରସୂତୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲୀ କୋଟିଆ ପଞ୍ଚାୟତର ତଳସେମ୍ବି ଗ୍ରାମରେ । ଗ୍ର।।ମର ମୁକେୟା ହାରଡାଙ୍କ ପତ୍ନୀ ଗୁଣ୍ଡୁଲି ହାରଡା ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ । ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଗ୍ରାମ ମୁଣ୍ଡରେ ପହଞ୍ଚିବା ପରେ ସେଠାରୁ ଫେରି ଯାଇଥିଲା । ଅପରପକ୍ଷରେ ଗୁଣ୍ଡୁଲିଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା । ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପରିବାର ଲୋକେ ଅନୋନ୍ୟପାୟ ହୋଇ ଏକ ଘରୋଇ ଜିପରେ ତାଙ୍କୁ ପାଟାଙ୍ଗୀ ହସ୍ପିଟାଲ ନେଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପର୍ବୂରୁ ଅଧା ରାସ୍ତାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଗ୍ରାମରୁ ୫୦୦ ମିଟର ଅତିକ୍ରମ କଲା ପରେ ଖବର ପାଇ ସ୍ଥାନୀୟ ଏଏନଏମ ଓ ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଉଭୟ ମା ଓ ଶିଶୁଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି, ଆମ୍ବୁଲାନ୍ସ କାହା ପାଇଁ ଚାଲୁଛି?
previous post
