ଓଡିଶା

କଣିହାଁ ବ୍ଲକର ବିଭିନ୍ନ ଗାଁରେ ଦୋଳ ଯାତ୍ରା ପାଳନ

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ର୍ତ୍ଗତ କଣିହାଁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଦୋଳଯାତ୍ରାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସୋମବାର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁର ଠାକୁର ବିମାନରେ ବସି ଗ୍ରାମ ପରିକ୍ରମା କରିବା ସହିତ ଅବିର ଖେଳିଥିଲେ । ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳମାନ ଗଉଡ଼ବାଡ଼ି ଖେଳ ପରିବେଷଣ କରିଥିଲେ । ସେହିପରି କମରେଇ ପଂଚାୟତ ଖଇରନାଳି ଗ୍ରାମବାସୀଙ୍କ ପକ୍ଷରୁ ୨ଦିନ ଧରି ଶ୍ରୀ ଶ୍ରୀ ଦୋଳଗୋବିନ୍ଦ ମହାପ୍ରଭୁଙ୍କ ଦୋଳଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି । ଅନୁରୂପ ଭାବେ ବ୍ଲକ ଅଧିନ ଦୁମଦୁମା ଗ୍ରାମରେ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା ପରେ ରାଧାକୃଷ୍ଣଙ୍କ ଯୁଗୋଳ ବିଗ୍ରହଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜିତ କରାଯାଇ ଶୋଭାଯାତ୍ରାରେ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ରଙ୍ଗପୁରର ଲହୁଡ଼ି ସମାଜ, ରାଧାରମଣପୁରର ଶିଙ୍ଗବାଦ୍ୟ, ହରିହରପୁରର ଘଣ୍ଟୁଆ, ସଂକୀର୍ତ୍ତନ ଦଳ ଓ ହଜାର ହଜାର ଲୋକଙ୍କ ସମାଗମରେ ନଗର ପରିକ୍ରମା କରିଥିଲେ । ଏହାପରେ ଠାକୁରଙ୍କୁ ମେଳଣ ପଡ଼ିଆ ମଣ୍ଡପରେ ବିଜେ କରାଯାଇଥିଲା । ସେଠାରେ ହୋମ, ଯଜ୍ଞ ସହ ପାରମ୍ପରିକ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ଯୁଗୋଳ ପ୍ରତିମାଙ୍କ ଅବିର କ୍ରିଡ଼ାତ୍ସୋବ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖଯୋଗ୍ୟ, ବ୍ଲକ ଅନ୍ତର୍ଗତ ବଡ଼ଗୁଣ୍ଡୁରୀ, ପଥରମୁଣ୍ଡା, ପଟ୍ଟାଖମଣ, ଟୋଲକବେଡ଼ା, କରଡ଼େଇ, ବିଜିଗୋଳ, ମା’ ଭୈରବୀ ଆଶ୍ରମ, କମରେଇ, ଦଣ୍ଡସିଂହା, ବଡ଼ହୀରା, ମଶୁଣିହତା, କଂସମୁଣ୍ଡା, ବଜ୍ରକୋଟ, ଜରଡ଼ା, ଝରାବେରେଣୀ, ସମଲ, ଦୁମଦୁମା, ନୋକେଇପଶି, ଗୁଲଣ୍ଡ, ଜମାନିଅାଁ, ଗୋଇଲାଣ୍ଡ, ସାନହାର, ବଡ଼ହାର, ବଡ଼ତ୍ରିବିଡ଼ା, ସାନତ୍ରିବିଡ଼ା, ଡେରେଙ୍ଗ, ତେଲିସିଂହା, ଏନଟିପିସି ପିଟିଏସ୍ ଠାରେ ଦୋଳଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି ।

Related posts

ନାଟକ ପରିବେଶଣ ବେଳେ ବାଣ ଫୁଟି ୯ ଗୁରୁତର

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews