ଓଡିଶା

ବିଷାକ୍ତ ଚା ପିଇ ୧୫ ଅସୁସ୍ଥ

(ମହାଭାରତ, ଭୋଗରାଇ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ଚା ପିଇ ଏଠାରେ ୧୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ଗାଁରେ ଏକ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ କେତେକ ଗ୍ରାମବାସୀ କାମ କରୁଥିଲେ । ବୁଧବାର ସକାଳେ ସେମାନଙ୍କୁ ଚା ପିଇବାକୁ ଦିଆଯାଇଥିଲା । ଚା ପିଇବା ପରେ ସେମାନେ ଅଶ୍ୱସ୍ତି ଅନୁଭବ କରିବା ସହ ବାନ୍ତି କରିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ସେମାନଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ୧୧ ଜଣଙ୍କ ଅବସ୍ଥା ଗୁରତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବାହାଘରରେ ଯୋଗ ଦେଇଥିବା ବନ୍ଧୁବାନ୍ଧବଙ୍କ ନିମନ୍ତେ ଚା ପ୍ରସ୍ତୁତି ଚାଲିଥିବା ବେଳେ ସେଥିରେ ଭୂଲବଶତଃ ଚା ପତି ବଦଳରେ କୀଟନାଶକ ପଡିଯାଇଥିବା ଜଣାଯାଇଛି । ଫଳରେ ଏହି ବିଷାକ୍ତ ଚା ପିଇ ବ୍ୟକ୍ତିମାନେ ଅସ୍ୁସ୍ଥ ହୋଇଛନ୍ତି ।

Related posts

ଫିୟାମ ଫାଉଣ୍ଡେସନ ଆନୁକୁଲ୍ୟରେ ଉଦଘାଟନ ହେଲା ସାନିଟାରୀ ଉତ୍ପାଦନ କେନ୍ଦ୍ର

mahabharatanews

ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମଙ୍କ ପରଲୋକ

mahabharatanews

ରାଜ୍ୟରେ ପୁଣି ୩୭୪୮ ସଂକ୍ରମିତ ଚିହ୍ନଟ

mahabharatanews