Uncategorized

ଦିଲ୍ଲୀ ହିଂସା: ଦିଲ୍ଲୀବାସୀଙ୍କ ସହଯୋଗ କାମନା କଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ବୁଧବାର ଦିଲ୍ଲୀ ପୁଲିସ ଦିଲ୍ଲୀବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ହିଂସା ସମୟର ଭିଡିଓ ଫୁଟେଜ ଓ ଫଟୋ ପଠାଇ ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ କରିଛି । ଦିଲ୍ଲୀ ପୁଲିସ ପକ୍ଷରୁ ଟୁଇଟ କରି ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ପୁଲିସ ତଦନ୍ତରେ ସହଯୋଗ କରିବାକୁ ଓ ତଦନ୍ତକୁ ଆଗକୁ ବଢାଇବା ପାଇଁ ଦିଲ୍ଲୀ ବାସୀ ଓ ଗଣମାଧ୍ୟମର ସହଯୋଗ କାମନା କରାଯାଇଛି । ଏଥିସହ ଯେଉଁମାନଙ୍କ ନିକଟରେ ହିଂସା ବେଳର ଭିଡିଓ ଫୁଟେଜ, ଫଟୋ ରହିଛି ତାହାକୁ ପୁଲିସକୁ ପ୍ରଦାନ କରିବା ସହ ଯଦି କାହା ପାଖରେ କୌଣସି ସୂଚନା ରହିଛି ତାହା ପ୍ରଦ।।ନ କରିବାକୁ କୁହାଯାଇଛି । ଏହି ଭିଡିଓ ଫୁଟେଜ ପ୍ରଦାନ କରିବାକୁ ଦିଲ୍ଳୀ ପୁଲିସ ପକ୍ଷରୁ ୮୭୫୦୮୭୧୨୪୩ ବା ଅନ୍ୟ କୌଣସି ସୂଚନା ରହିଥିଲେ ତାହାକୁ ୮୭୫୦୮୭୧୨୨୧/ ୮୭୫୦୮୭୧୨୨୭/ ୨୨୮୨୯୩୩୪/୨୨୮୨୯୩୩୫ ନମ୍ବର ଜାରି କରାଯାଇଛି । ଏହା ସହ ପୁଲିସ ପ୍ରତିଶ୍ରୁତି ଦେଇଛିି କି, ସୂଚନାକାରୀଙ୍କ ପରିଚୟ ଗୋପନ ରଖାଯିବ ।

ସୂଚନାଯୋଗ୍ୟ, ୫୩ ଲୋକ ଦେଶର ରାଜଧାନୀ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ହୋଇଥିବା ହିଂସାରେ ମୃତ୍ୟୁବରଣ କରିଥିଲେ ।

Related posts

ସୁଶାନ୍ତଙ୍କ ଆତ୍ମହତ୍ୟାର ସିବିଆଇ ତଦନ୍ତ ଦାବିକଲେ ଏଜାଜ ଖାନ

mahabharatanews

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ

mahabharatanews