(ମହାଭାରତ, ଉଦଳା): କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକରଣ (ଏନଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ବିରୋଧ କରି ଉଦଳା ଠାରେ ଏକ ପ୍ରତିବାଦ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ବହୁଜନ କ୍ରାନ୍ତି ମୋର୍ଚ୍ଚା ଦ୍ୱାରା ଆେୟୋଜିତ ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଉଦଳା ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ଏହି ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ପରେ ସିଏଏ, ଏନଆରସି ଓ ଏନପିଆରକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଆଦିବାସୀଙ୍କ ଠାରୁ ଆରମ୍ଭ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏନପିଆରରେ ଜାତି ଆଧାରିତ ଜନଗଣନାକୁ ବନ୍ଦ କରିବା ପାଇଁ ମୋର୍ଚ୍ଚା ଦାବି କରିଛି । ସେହିପରି ଆଦିବାସୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବାରୁ ଏହାକୁ ବନ୍ଦ କରିବାକୁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି ।
previous post
next post