ଓଡିଶା

ସେପ୍ଟେମ୍ବରରେ ଚାଳିବ ଇ-ଯାନ

ଭୁବନେଶ୍ୱର: ରାଜ୍ୟରେ କମିବ ପ୍ରଦୂଷଣ ହାର । କୋରୋନା ମହାମାରୀ ସମୟରେ ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ଖୁବଶୀଘ୍ର ରାଜ୍ୟରେ ଗଡିବାକୁ ଯାଉଛି ଇ-ଯାନ । ରାଜଧାନୀ ଦିଲ୍ଲୀ ପରେ ଓଡିଶା ହେଉଛି ଦ୍ୱିତୀୟ ରାଜ୍ୟ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ପରିବହନ ବିଭାଗ ପକ୍ଷରୁ ଅଣାଯାଇଥିବା ରାଜ୍ୟରେ ଇ-ଯାନ ଚଳାଚଳ କରିବା ନେଇ ଆସିଥିବା ଚିଠା ପ୍ରସ୍ତାବକୁ ନେଇ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । ସାରା ଭାରତରେ ପ୍ରଦୂଷଣ ହାର ହ୍ରାସ କରାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ବ୍ୟବସ୍ଥା ଦିଳ୍ଳୀ ପରେ ଏବେ ଔଡିଶାରେ ମଧ୍ୟ ଉପଲବ୍ଧ ହେବ । ଦୀର୍ଘ ଦିନ ପୂର୍ବରୁ ଚିଠା ପ୍ରସ୍ତାବ ଆଣିଥିଲେ ପରିବହନ ବିଭାଗ । କିନ୍ତୁ କର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିଲା । ଶେଷୋର ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଖୁବଶୀଘ୍ର ଇ-ଯାନ ଚଳାଇବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ନୀତି କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ବିଦ୍ୟୁତ ଚାଳିତ ଯାନ ପାଇଁ ରିହାତି ମିଳିବ ବୋଲି ମଧ୍ୟ ସୂଚନା ମିଳିଛି ।

Related posts

କରୋନା କଲା କାଙ୍ଗାଳ: ବ୍ୟବସାୟ ବୁଡିଲା ପରେ ହାତରେ ଭିକ୍ଷାଥାଳ

mahabharatanews

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ : ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ କରିବେ ଜିଲ୍ଲାପାଳ

mahabharatanews

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews