(ନୂଆଦିଲ୍ଲୀ): ଶୁକ୍ରବାର ଦିଲ୍ଲୀ ବିଧାନସଭା ଅଧିବେଶନ ବେଳେ ଆପ୍ ନେତା ଗୋପାଳ ରାଏ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ବିରୋଧରେ ପ୍ରସ୍ତାବ ଆଣିଛନ୍ତି । ଦିଲ୍ଲୀରେ ଏନପିଆର ଲାଗୁ ହେଲେ ଜନଗଣନା ପ୍ରକ୍ରିୟାକୁ ଏଥିରୁ ବାଦ ଦେବା ପାଇଁ ସେ ବିଧାନସଭାରେ ଏହି ପ୍ରସ୍ତାବ ରଖିଛନ୍ତି । ଏନପିଆର ଏବଂ ଏନଆରସି ଉପରେ ବିସ୍ତୃତ ଭାବେ ଆଲୋଚନା ପାଇଁ ଆପ୍ ସରକାର ଏକ ଶୁକ୍ରବାର ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ । ତେବେ ଏନପିଆର ପାଇଁ ଗଣନା ବେଳେ ଲୋକଙ୍କ ଠାରୁ ମୌଖୀକ ଭାବେ ତଥ୍ୟ ମଗାଯିବ । କୌଣସି ପ୍ରକାର ଦସ୍ତାବିଜ ଦେବାକୁ ପଡିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କହିଥିଲେ । ଏହାପରେ ଆପ୍ ନେତା ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଛନ୍ତି । ଆସନ୍ତା ମାସରୁ ଦିଲ୍ଲୀରେ ଏନପିଆର ଗଣନା ଆରମ୍ଭ ହେବ ବୋଲି ସ୍ୱରାଷ୍ଟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
previous post
