ଅପରାଧ

ପଡିଶା ଘର ମହିଳାଙ୍କୁ ଦୁଷ୍କର୍ମ, ୧ ଗିରଫ

(ମହାଭାରତ, ବାଲିଗୁଡା): କନ୍ଧମାଳ ଜିଲ୍ଲା ବାଲିଗୁଡା ସବ୍ ଡିଭିଜନ ଅନ୍ତର୍ଗତ ଦାରିଙ୍ଗିବାଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପଡିଶା ଘରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଏହି ଅଞ୍ଚଳର ଶରତ ପ୍ରଧାନ ଓ ସେ ପୀଡିତାଙ୍କ ପଡୋଶୀ ବୋଲି ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ, ମହିଳା ଜଣକ ଟଙ୍କା ମାଗିବ।। ପାଇଁ ପଡୋଶୀ ଘରକୁ ଯାଇଥିଲେ । ଏହି ସମୟରେ ଘରେ କେହି ମହିଳା ନଥିଲେ । ତେଣୁ ଏହି ସୁଯୋଗର ଫାଇଦା ନେଇ ଅଭିଯୁକ୍ତ ଜଣକ ମାଡି ବସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ବିଷୟରେ ପୀଡିତା ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ଏହାପରେ ଦାରିଙ୍ଗିବାଡି ଥାନାରେ ଏନେଇ ପୀଡିତାଙ୍କ ସ୍ୱାମୀ ଏତଲା ଦେଇଥିଲେ । ଏହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

ମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫ

mahabharatanews

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

କର୍ମଚାରୀଙ୍କୁ ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ପାଇପ

mahabharatanews