ଓଡିଶା

ଅଞ୍ଚଳଗୁମାରେ ଭାଲୁ ଆତଙ୍କ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁ୍ମା ଗାଁରେ ଭାଲୁ ଆତଙ୍କ ଦେଖାଯାଇଛି । ଶନିବାର ମଧ୍ୟରାତ୍ରିରେ ଗାଁ ଭିତରେ ଥିବା ମନ୍ଦିର ସମ୍ମୁଖରେ ଭାଲୁ ଦେଖିବାକୁ ମିଳିଥିଲା । ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀର୍ଘ ସମୟ ଧରି ଭାଲୁଟି ବୁଲୁଥିବା ଦେଖାଯାଇଥିଲା । କିନ୍ତୁ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିଲା । ତେବେ ଭାଲୁଟିକୁ ଗାଁରେ ଚଳପ୍ରଚଳ କରୁଥିବା ଦେଖି ଗାଁ ଲୋକେ ଆତଙ୍କିତ ହୋଇଛନ୍ତି । ଗତ କିଛି ଦିନ ହେବ ନିୟମିତ ଭାବେ ଭାଲୁଟି ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ମଧ୍ୟରେ ଛନକା ପସିଛି । ଫଳରେ ଏଠାରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଜିଲ୍ଲାର ଦୋହଣା ଗାଁରେ କିଛି ଦିନ ପୂର୍ବେ ଏକ ଭାଲୁକୁ ବନ ବିଭାଗ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯାଇଥିଲା । ସେହିପରି ଚଳିତମାସ ଜିଲ୍ଲା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ଗାଜିଆଗୁଡା ଗାଁରେ ଭାଲୁ ଖାଦ୍ୟ ଅନ୍ୱେଶଣରେ ପସି ଏକ ଗଛ ଉପରେ ବସି ରହିଥିଲା । ତେବେ ଜିଲ୍ଲାରେ ନିୟମିତ ବ୍ୟବଧାନରେ ଭାଲୁ ଚଳପ୍ରଚଳ କରୁଥିବାରୁ ଲୋକେ ଏଥିରେ ଆତଙ୍କିତ ହୋଇପଡିଛନ୍ତି ।

Related posts

ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

mahabharatanews

ଟୁ ଲେଟ ଲେଖି ୫୦ ହଜାର ଫାଇନ 

mahabharatanews

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

mahabharatanews