(ମହାଭାରତ, କୋଣାର୍କ): କୋଣାର୍କ ଠାରେ ପୁରୀ ଜିଲ୍ଲା କିନ୍ନର ମହାସଂଘ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପଡିଥିବା ଅଳିଆ ଆବର୍ଜନାକୁ ମହାସଂଘର କର୍ମକର୍ତ୍ତାମାନେ ସଫେଇ କରିଥିଲେ । ଏଥିରେ ମହାସଂଘର ବରିଷ୍ଠ କିନ୍ନର ଦେବକୀ ମା, ସଭାନେତ୍ରୀ ପ୍ରିୟାଂଶି ଦାସ, ସମ୍ପାଦିକା ପିଙ୍କି ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ୩୦ ଜଣ କିନ୍ନର ସାମିଲ ହୋଇଥିଲେ । କିନ୍ନର ମହାସଂଘର ସଦସ୍ୟମାନଙ୍କ ସଫେଇ କାର୍ଯ୍ୟକ୍ରମକୁ ଦେଖି ଏଠାକୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ସେମାନଙ୍କ ଏଭଳି ମହନୀୟ କାମକୁ ପ୍ରଶଂସା କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନକୁ ସାକାର କରିବା ଉଦ୍ଦେଶରେ କୋଣାର୍କ ମନ୍ଦିର ପରିସରକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ମହାସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ କହିଥିଲେ । ଆଗାମୀ ଦିନରେ ସୂର୍ଯମନ୍ଦିର ଚତୁଃପାଶ୍ୱର୍, ବସଷ୍ଟାଣ୍ଡ ଓ ଚନ୍ଦ୍ରଭାଗା ଅଞ୍ଚଳରେ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ମହାସଂଘର ବରିଷ୍ଠ କିନ୍ନର ଦେବକୀ ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
previous post
next post
