ଅପରାଧ

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

(ମହାଭାରତ, ଯାଜପୁର): ଯାଜପୁର ରୋଡ ଥାନା ନ୍ୟୂ ମାର୍କେଟ କଲୋନୀରେ ଏକ ଅଘଟଣ ଘଟିଛି । ପାରିବାରିକ କଳହକୁ ନେଇ ଜଣେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ୫ ବର୍ଷ ପୂର୍ବେ ଯାଜପୁର ଅନ୍ତର୍ଗତ କୋରେଇ ଅଞ୍ଚଳରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଶାଶୂଘର ଲୋକଙ୍କ ସହ ତାଙ୍କର ମତାନ୍ତର ହେବାରୁ ସେ ନିଜ ବାପ ଘରେ ଆସି ରହୁଥିଲେ । ଏହାକୁ ନେଇ ତାଙ୍କ ମାନସିକ ସ୍ଥିତି ଠିକ ନଥିଲା । ଶନିବାର ସକାଳେ ତାଙ୍କ ଘର ନିକଟରେ ଥିବା ପାଇଖାନା ମଧ୍ୟରେ ମହିଳା ଜଣକ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ଦେହର ୯୦ ଭାଗ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି ।

Related posts

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews

ବଢୁଛି ସାଇବର ଠକେଇ ମାମଲା ;ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

mahabharatanews

ଚେନ୍ନାଇରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର

mahabharatanews