ଅପରାଧ

୨୦ ହଜାର ଟଙ୍କାର ଶିମିଳି ପଟା ଜବତ

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନ ସାନଜାମୁପଶି ଗାଁରୁ ବିପୁଳ ପରିମାଣର ଶିମିଳି ପଟା ଜବତ ହୋଇଛି । ପାଟଣା ବନ ବିଭାଗ ପକ୍ଷରୁ ଚଢାଉ ବେଳେ ଏଗୁଡିକୁ ଜବତ କରାଯାଇଛି । ତେବେ ଏଗୁଡିକର ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ସୂଚନା ଅନୁଯାୟୀ, ସାନଜାମୁପଶି ଗାଁରେ ସିମୁୁଳି ପଟା ଚୋରା ଚାଲାଣ ଚାଲିଥିବା ପାଟଣା ବନ ବିଭାଗ ଖବର ପାଇଥିଲା । ଶୁକ୍ରବାର ରାତିରେ ପାଟଣା ବନ ବିଭାଗ ଅଧିକାରୀ ପବିତ୍ର ମୋହନ ନାଏକ, ସନ୍ତୋଷ କୁମାର ପାହି, ତ୍ରିନାଥ ଜେନା ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ଏହି ସମୟରେ ଏକ ଟାଟା ଏସିରେ ବିପୁଳ ପରିମାଣର ଶିମିଳି ପଟା ଥିବା ଦେଖିବାକୁ ପାଇଥିଲେ । ଚଢାଉ ବେଳେ ଗାଡି ଡ୍ରାଇଭର ଓ ପଟା ମାଫିଆମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ବନ ବିଭାଗ ଅଧିକାରୀମାନେ ପଟା ବୋଝେଇ ଉକ୍ତ ଗାଡିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ଜବତ ହୋଇଥିବା ଶିମିଳି ପଟାଗୁଡିକର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ପାଟଣା ବନ ବିଭାଗ ଅଧିକାରୀ ସନ୍ତୋଷ ପାହି କହିଛନ୍ତି । ଶିମିଳି ପଟା ଚୋରା ଚାଲାଣରେ ସମ୍ପୃକ୍ତ ମାଫିଆମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

mahabharatanews

ସାଂସଦ ଅର୍ଜୁନ ସିଂହଙ୍କ ଘର ଉପରେ ୩ଟି ବୋମାମାଡ

mahabharatanews

ରାଇରଙ୍ଗପୁର ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ

mahabharatanews