(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ଗଭେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରତର ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ରହିଛନ୍ତି । ଗୁରୁତରମାନେ ଏହି ପରିବାରର ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି ସିଂ, ଶୁକୁରୁମଣୀ ସିଂ ଓ ସବିତା ସିଂ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବରା ଦିଲ୍ଲୀପଙ୍କ ପରିବାର ଲୋକେ ତାଙ୍କ ବାଡିରେ ହୋଇଥିବା ଛତୁ ତୋଳି ତରକାରୀ କରିଥିଲେ । ଏହି ତରକାରୀକୁ ରାତିରେ ପରିବାରର ଏହି ୫ ଜଣ ସଦସ୍ୟ ଖାଇଥିଲେ । ଏହାପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଓ ଝାଡା ହୋଇଥିଲା । ତେଣୁ ସମସ୍ତଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ଦୁଇ ଗର୍ଭବତୀଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ସେମାନଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
previous post