ଓଡିଶା

ଅଟୋ ଓଲଟି ଛାତ୍ର ମୃତ, ୫ ଆହତ

(ମହାଭାରତ, ହିଞ୍ଜିଳିକାଟୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ଥାନା ଝାଡବାଇ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ଅଟୋ ଦୂର୍ଘଟଣାଗ୍ରସ୍ତ ହେବା ଫଳରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁର ବି. ଜଗନ୍ନାଥ ପାତ୍ର ବୋଲି ଜଣାପଡିଛି । ସେ ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂର ଇଲେକ୍ଟିକାଲ ବିଭାଗର ଛାତ୍ର ଥିଲେ । ସୂଚନା ଅନୁଯାୟୀ, ଲକ୍ଷ୍ମଣ ନିଜର ପରିବାର ସହ ଗତ ରବିବାର କୌଣସି କାମରେ ଅଟୋ ଯୋଗେ ପୁରୁଷୋତ୍ତମପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲକ୍ଷଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ସୋମବାର ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲା । ପୋଲିସ ଘଟଣାସ୍ଥଳରୁ ଦୂର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews

ଦୁଇ ହାଇୱା ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର

mahabharatanews

ଏହି କାରଣରୁ ୪ ସୋମବାରରେ ହିଁ କାଉଡ଼ିଆ କରିପାରିବେ ଜଳଲାଗି   

mahabharatanews