ଓଡିଶା

ପୋଖରୀରେ ବୁଡି ଗଲେ ଦୁଇ ସାଙ୍ଗ

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ଦୁଇ ସାଙ୍ଗ ଖେଳୁଥିବା ବେଳେ ପୋଖରୀରେ ପଡି ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଦୁହେଁ ସାବରଙ୍ଗ ଗାଁର ବିଶ୍ୱଜିତ ବେହେରା ଓ ଦେବୀଦତ୍ତ ଧୁପାଳ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଚତୁର୍ଥ ଶ୍ରେଣୀରେ ପଢୁଥିବା ସାବରଙ୍ଗ ଗାଁର ବିଶ୍ୱଜିତ ବେହେରା ଓ ତୃତୀୟ ଶ୍ରେଣୀ ଛାତ୍ର ଦେବୀଦତ୍ତ ଧୂପାଳ ସ୍କୁଲରେ ପରୀକ୍ଷା ଦେଇ ଘରକୁ ଫେରିଥିଲେ । ଏହାପରେ ଦୁହେଁ ସାଙ୍ଗ ହୋଇ ପୋଖରୀ ପାଖରେ ଖେଳୁଥିଲେ । ଅସାବଧାନତା ଯୋଗୁଁ ଦୁହେଁ ପୋଖରୀରେ ଖସି ପଡିଥିଲେ । ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

Related posts

ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

mahabharatanews

ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

mahabharatanews