ଓଡିଶା

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

(ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ପାରିବାରିକ ଝଗଡାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ମହିଳା ଜଣକ ଗୁରତର ହୋଇଛନ୍ତି । ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପୀଡିତା ଜଣକ ଗୀତା ସେଠି ଓ ଆକ୍ରମଣକାରୀ ଜଣକ ତାଙ୍କ ସ୍ୱାମୀ ବ୍ରଜ ସେଠୀ ବୋଲି ଜଣାପଡିଛି । ସୂଚନା ଅନ୍ୟୁାୟୀ, କିଛି ପଇସାକୁ ନେଇ ମହିଳା ଜଣକଙ୍କ ସହ ତାଙ୍କ ସ୍ୱାମୀଙ୍କର ବଚସା ହୋଇଥିଲା । ଦୁଇ ଜଣ ଯାକ ବଜାରରେ ଥିବା ବେଳେ ସ୍ୱାମୀ ଜଣକ ଏକ ସ୍କ୍ର୍ୟୁ ଡ୍ରାଇଭରରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣକ ଗୁରୁତର ହୋଇଥିଲେ । ଏହି ସମୟରେ ବଜାରରେ ଥିବା ଦୋକାନୀମାନେ ବ୍ରଜଙ୍କୁ ଅଟକାଇଥିଲେ । ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେବଣା ନୂଆଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାସହ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Related posts

ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ

mahabharatanews

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

mahabharatanews

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

mahabharatanews