ଓଡିଶା

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ

(ଭୁବନେଶ୍ୱର) : ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ନୂଆ ଶିକ୍ଷା, ନୂଆ ଅଭିଯାନର ଶୁଭାରମ୍ଭ କର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମହାମହିମ । ଏହାପରେ ଝାରସୁଗୁଡ଼ା ବମାନ ବନ୍ଦର ଅଭିମୁଖେ ବାହାରିବେ ମହାମହିମ । ସେଠାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ରାଷ୍ଟ୍ରପତି । ଗତକାଲି ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି, ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାନୁଯାୟୀ , ମହାମହିମଙ୍କ ଗସ୍ତକୁ ନେଇ ସମଲେଶ୍ୱରୀରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହାପରେ ରାଷ୍ଟ୍ରପତି ସମ୍ବଲପୁର ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ ।ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ ।

Related posts

ଅଗରନାସୀ ସମୁଦ୍ରରେ ବିରାଟକାୟ ତିମିର ମୃତଦେହ ଭାସୁଛି

mahabharatanews

ଛୋଟ ମୋର ଗାଁଟି ର ବାର୍ଷିକ ଉତ୍ସବ         

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews