ଓଡିଶାଭାରତ

ଅକ୍ଟୋବର ୧ରୁ FD ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ ବଦଳିବ

ଆସନ୍ତା ଅକ୍ଟୋବର ୧ରୁ ଫିକ୍ସଡ୍ ଡିପୋଜିଟ୍ ବା FD ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। FD ସୁଧ ହାର ଏବଂ ବଡ଼ ରାଶିର ଜମାକୁ ନେଇ ଅଧିକ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଏହି ପରିବର୍ତ୍ତନ କରାଯାଉଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ରୁ କାର୍ଯ୍ୟକାରୀ ହେବ।

ନୂଆ ବ୍ୟବସ୍ଥାର ମୁଖ୍ୟ ପ୍ରଭାବ ‘ବଲ୍କ ଡିପୋଜିଟ୍’ ଉପରେ ପଡ଼ିବ। ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶିର FDକୁ ବଲ୍କ ଡିପୋଜିଟ୍ ଭାବେ ଗଣାଯିବ। ଏହି ଜମା ଉପରେ ବ୍ୟାଙ୍କଗୁଡ଼ିକ ଭିନ୍ନ ସୁଧ ହାର ନିର୍ଦ୍ଧାରଣ କରିବାରେ ଅଧିକ ସ୍ୱାଧୀନତା ପାଇବେ।

ଏହା ସହିତ ସୁଧ ହାର ପ୍ରକାଶ କରିବା ନିୟମରେ ମଧ୍ୟ ପରିବର୍ତ୍ତନ ଆସିବ। ପ୍ରତ୍ୟେକ କାର୍ଯ୍ୟଦିବସରେ ବ୍ୟାଙ୍କଗୁଡ଼ିକୁ ବଲ୍କ ଡିପୋଜିଟ୍ ସମେତ ଜମା ଉପରେ ଲାଗୁଥିବା ସୁଧ ହାର ନିଜ ୱେବସାଇଟ୍‌ରେ ଅପଡେଟ୍ କରିବାକୁ ପଡ଼ିବ। ସକାଳ ୧୦ଟା ସୁଦ୍ଧା ହାର ଅପଡେଟ୍ କରିବା ଏବଂ ସର୍ବାଧିକ ୧୦ଟା ୧୦ ମିନିଟ୍ ମଧ୍ୟରେ ତାହା ପ୍ରକାଶ କରିବାକୁ ହେବ।

ସେହିପରି, ଏକେ ତାରିଖରେ ଏକେ ପରିମାଣର FD ଗ୍ରହଣ କରାଯାଇଥିଲେ ବ୍ୟାଙ୍କର ବିଭିନ୍ନ ଶାଖାରେ ଭିନ୍ନ ସୁଧ ହାର ଲାଗୁ କରାଯାଇପାରିବ ନାହିଁ। ସମାନ ରାଶି ଓ ସମାନ ତାରିଖର ଜମା ଉପରେ ସମାନ ସୁଧ ହାର ଲାଗୁ କରିବାକୁ ହେବ।

ତେବେ ଛୋଟ FD ନିବେଶକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ସୀମିତ ରହିପାରେ। କାରଣ ନୂଆ ବ୍ୟବସ୍ଥାର ମୁଖ୍ୟ ଫୋକସ୍ ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଜମା ଉପରେ ରହିଛି। ଏହି ପରିବର୍ତ୍ତନ ଦ୍ୱାରା ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ FD ସୁଧ ହାରକୁ ନେଇ ଅଧିକ ପାରଦର୍ଶିତା ଓ ଏକରୂପତା ଆସିବ ବୋଲି ଆଶା କରାଯାଉଛି।

Related posts

ରାଜ୍ୟ ଶିଶୁ ଅଧିକାର ଆୟୋଗ କମିଶନଙ୍କୁ ଭେଟିଲେ ପିପିଲି ନିର୍ବାଚନ ମଣ୍ଡଳି ମହିଳା ମୋର୍ଚ୍ଚା

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews

ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି କଂଗ୍ରେସ 

mahabharatanews