(ମହାଭାରତ): ବିଶ୍ୱର ୧୫୩ରୁ ଅଧିକ ଦେଶ ଏବେ କୋରୋନା ଭାଇରସ କବଳରେ । ଏଥିପାଇଁ ଆପଣଙ୍କୁ ପ୍ରତି ଛୋଟ ଛୋଟ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଏଭଳି ସ୍ଥିତିରେ ଯେଉଁ ଲୋକମାନେ ଅଫିସରେ କାମ କରୁଛନ୍ତି, ସେମାନେ ଅଧିକ ସତର୍କ ରହିବା ଜରୁରୀ । କାରଣ, ଅଫିସରେ ଅନେକ ଲୋକ ଅଲଗା ଅଲଗା ଅଞ୍ଚଳରୁ ଟ୍ରାଭେଲ କରି ଅଫିସ ଆସିଥାଆନ୍ତି । ଯଦି କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ଅଞ୍ଚଳରୁ ଆସୁଥିବେ, ତା’ହେଲେ ଆପଣଙ୍କୁ ତାଙ୍କଠାରୁ ଦୂରେଇ ରହିବା ଉଚିତ । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ, ଯଦ୍ଦ୍ୱାରା ଆପଣ ଅଫିସରେ ନିଜକୁ ସୁରକ୍ଷିତ ରଖିପାରିବେ ।
୧- ଅଫିସରେ ପହଞ୍ôଚବା ପରେ ସଙ୍ଗେ ସଙ୍ଗେ ନିଜ ଡେସ୍କ ସଫା କରି ଦିଅନ୍ତୁ । କୌଣସି ଏକ କ୍ଲିନିଂ ଜେଲ୍କୁ ଡେସ୍କରେ ଛିଞ୍ଚି ଏକ ଟିସ୍ୟୁ ପେପରରେ ଭଲ ଭାବେ ପୋଛି ନିଅନ୍ତୁ ।
୨- ଅଫିସରେ କିଛି ଲୋକଙ୍କୁ ସାଧାରଣ ଜ୍ୱର,ଥଣ୍ଡା, କାଶ ହୋଇଥାଇପାରେ । ଏଭଳି ସ୍ଥିତିରେ ଆପଣ ଆଶଙ୍କା ଭିତରେ ରହିଥିବେ । ତେଣୁ ସାଧାରଣ ଜ୍ୱର, ଥଣ୍ଡା କାଶରେ ପୀଡିତ ଥିବା କର୍ମଚାରୀଙ୍କଠାରୁ ବି ଦୂରେଇ ରୁହନ୍ତୁ । ଯଦି ସେମାନଙ୍କ ପାଖକୁ ଯିବା ନିହାତି ଦରକାର ପଡେ, ତା’ହେଲେ ଦୂରତା ରକ୍ଷା କରି କଥା ହୁଅନ୍ତୁ ।
୩- କୋରୋନା ପର୍ସନ ଟୁ ପର୍ସନ ଅଧିକ ବ୍ୟାପିଥାଏ । ତେଣୁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ ଯେ ଆପଣ କାହା କାହା ସହ ମିଳାମିଶା କରୁଛନ୍ତି । ଅଫିସରେ କାହାକୁ ହ୍ୟାଣ୍ଡସେକ୍ କରନ୍ତୁ ନାହିଁ ଏବଂ ୧ ମିଟର ଦୂରତା ରକ୍ଷା କରନ୍ତୁ ।
୪- କ୍ୟାଣ୍ଟିନକୁ କମ୍ ଯାଆନ୍ତୁ । ସେହି ଲୋକଙ୍କ ସହ ଯାଆନ୍ତୁ, ଯେଉଁମାନେ ପୂରାପୂରି ସୁସ୍ଥ ଥିବେ ।
୫- ଅଫିସରେ କୌଣସି କର୍ମଚାରୀଙ୍କ ସହ ଜିନିଷ ଆଦାନ ପ୍ରଦାନ ପରେ ନିଜ ହାତକୁ ହ୍ୟାଣ୍ଡ ସାନିଟାଇଜର ସହ ନିଶ୍ଚିତ ସଫା କରନ୍ତୁ ।
