ଅପରାଧ

ବୋଟରୁ ତେଲ ଚୋରି କରି ୩ ଗିରଫ

(ପାରାଦ୍ୱୀପ): ପାରାଦ୍ୱୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟ ଚାନ୍ଦପୁର ବସ୍ତୀର ବାବୁରାମ ଓଝାଙ୍କ ବୋଟ୍ରୁ ଡିଜେଲ ଚୋରି ହୋଇଥିବା ନେଇ ଗତ ୧୨ ତାରିଖ ଦିନ ବାବୁରାମ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବାବୁରାମ ସେହି ବସ୍ତୀର କହ୍ନେଇ ହାଲଦାରଙ୍କ ପୁଅ ଜଗା ହାଲଦାର, ବିମଳ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ ଓ ଅରବିନ୍ଦ ମଣ୍ଡଳଙ୍କ ପୁଅ ସଞ୍ଜୟ ମଣ୍ଡଳଙ୍କ ନାଁରେ ଅଭିଯୋଗ କରିଥିଲେ । ତଦନୁଯାୟୀ ଘଟଣାର ଅନୁସନ୍ଧାନ କରି ପାରାଦ୍ୱୀପ ପୋଲିସ ମଙ୍ଗଳବାର ଦିନ ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ବୁଧବାର ଦିନ ଏହି ଅଭିଯୁକ୍ତଙ୍କୁ କେସ୍ ନଂ ୪୨ରେ କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୭୯ ଓ ୩୪ ଆଇପିସି ରେ ମାମଲା ରୁଜୁ ହୋଇଛି । କୁଜଙ୍ଗ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Related posts

ବନ୍ଧୁକ ମୁନରେ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କୁ ଲୁଟ୍

mahabharatanews

ଏଟିଏମ ଲୁଟରେ ବ୍ୟବହୃତ କାର ଜବତ

mahabharatanews

ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

mahabharatanews