ଅପରାଧ

ନାବାଳିକାଙ୍କୁ ଦୁଷ୍କର୍ମ କରି ସମ୍ପର୍କୀୟ ଦାଦା ଗିରଫ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଜଣେ ନାବାଳିକାକୁ ତା’ର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ଜଣକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମହିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି । ସମ୍ପର୍କରେ ସେ ପୀଡିତାଙ୍କ ଦାଦା ବୋଲି ମଧ୍ୟ ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ପୀଡିତାଙ୍କ ମାଆ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା । ତେବେ ଥାନାରେ ପଚରାଉଚରା କରିବା ବେଳେ ନିଶାଶକ୍ତ ଅବସ୍ଥାରେ ସେ ସମ୍ପର୍କୀୟ ଝିଆରୀ ସହ ଏଭଳି କାଣ୍ଡ କରିଥିବା ସ୍ୱାୀକାର କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related posts

ଭିଜିଲାନ୍ସ ଜାଲରେ କଲେଜ କରାଣି ଉତ୍ତମ ରାଉତ

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ମହିଳା ଏସ୍‌ଆଇ ହୋଇପାରନ୍ତି ଗିରଫ!

mahabharatanews