(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଜଣେ ନାବାଳିକାକୁ ତା’ର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ଜଣକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମହିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି । ସମ୍ପର୍କରେ ସେ ପୀଡିତାଙ୍କ ଦାଦା ବୋଲି ମଧ୍ୟ ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ପୀଡିତାଙ୍କ ମାଆ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା । ତେବେ ଥାନାରେ ପଚରାଉଚରା କରିବା ବେଳେ ନିଶାଶକ୍ତ ଅବସ୍ଥାରେ ସେ ସମ୍ପର୍କୀୟ ଝିଆରୀ ସହ ଏଭଳି କାଣ୍ଡ କରିଥିବା ସ୍ୱାୀକାର କରିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
previous post
