ବୃଦ୍ଧାଙ୍କୁ ମାରିଦେଲା ମାଙ୍କଡ଼।ଝାମ୍ପ ମାରି ନେଇଗଲା ଜୀବନ। CCTVରେ କଏଦ ହେଲା ଛାତିଥରା ଦୃଶ୍ୟ। ଘଟଣା ଘଟିଛି କର୍ଣ୍ଣାଟକର କୋପ୍ପଳ ଅଞ୍ଚଳର ବି.ଟି. ପାଟିଲ ନଗରରେ। ପୂରା ଘଟଣାଟି ହେଲା, ଜଣେ ବୃଦ୍ଧା ନିଜ ଘର ଅଗଣାରେ ଚାଲୁଥିଲେ। ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଆସିଯାଇଥିଲା। କିଛି ବୁଝିବା ଆଗରୁ ବୃଦ୍ଧାଙ୍କ ଉପରକୁ ଝାମ୍ପି ମାରିଥିଲା। ମାଙ୍କଡଟି ଏତେ ଜୋର୍ରେ ଝାମ୍ପ ଦେଇଥିଲା ଯେ ବୃଦ୍ଧ ଜଣଙ୍କ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।
ବୃଦ୍ଧା ତଳେ ପଡ଼ିବା ପରେ ତାଙ୍କ ଝିଅ ତୁରନ୍ତ ଦୌଡ଼ି ଆସି ମା’ଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ତାଙ୍କୁ ମଧ୍ୟ ମାଙ୍କଡ଼ ଆକ୍ରମଣ କରିଥିଲା। ପରେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ଦିନକୁ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କିଛି ଦିନ ଡାକ୍ତରଖାନାରେ ଚିକିତ୍ସୀଧୀନ ରହିବା ପରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
