ଅପରାଧ

ସ୍ତ୍ରୀଙ୍କୁ ଗଛରେ ବାନ୍ଧି ସ୍ୱାମୀଙ୍କ ନିସ୍ତୁକ ମାଡ଼

(ମହାଭାରତ, ସାଲେପୁର): କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସାମାନ୍ୟ କଥାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଘରୋଇ କଳି ଶେଷରେ ଉଗ୍ର ରୂପ ନେଇଛି । ଫଳରେ ନିଶାଗ୍ରସ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଗଛରେ ବାନ୍ଧି ବାଡେଇ ଲହୁଲୁହାଣ କରିଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଧୀର ମଳିକ ଜ୍ୱାଇଁର ସାଇକେଲକୁ ନେଇ ବନ୍ଧା ପକାଇ ଟଙ୍କା ଆଣି ଥିଲେ । ଆଉ ମଦ ପିଇ ଏହି ଟଙ୍କାକୁ ଖର୍ଚ୍ଚ କରି ଦେଇଥିଲେ । ଫଳରେ ସାଇକେଲ ପାଇଁ ତାଙ୍କର ଝିଅକୁ ଶାଶୂଘର ଲୋକେ ହଇରାଣ କରୁଥିଲେ । ଏହାକୁ ନେଇ ଉଭୟ ଧୀର ଓ ତାଙ୍କ ପତ୍ନୀ କୁନିଲତା ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା । ତେବେ ଗୁରୁବାର ଏହାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ପତ୍ନୀଙ୍କୁ ଘର ନିକଟରେ ଥିବା ଏକ ଗଛରେ ସ୍ୱାମୀ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ତାଙ୍କ ପଡିଶା ଘର ଲୋକେ ପ୍ରତିବାଦ କରିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ସାଲେପୁର ମେଡିକାଲ ପଠାଯାଇଛି । ଏନେଇ କୁନିଲତାଙ୍କୁ ଜୀବନରେ ମାରିଦେବାକୁ ତାଙ୍କ ସ୍ୱାମୀ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିଛି ।

Related posts

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ବନ୍ଧାହେଲେ ଟ୍ୟୁସନ ସାର

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews