ଅପରାଧ

ସ୍ତ୍ରୀଙ୍କୁ ଗଛରେ ବାନ୍ଧି ସ୍ୱାମୀଙ୍କ ନିସ୍ତୁକ ମାଡ଼

(ମହାଭାରତ, ସାଲେପୁର): କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସାମାନ୍ୟ କଥାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଘରୋଇ କଳି ଶେଷରେ ଉଗ୍ର ରୂପ ନେଇଛି । ଫଳରେ ନିଶାଗ୍ରସ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଗଛରେ ବାନ୍ଧି ବାଡେଇ ଲହୁଲୁହାଣ କରିଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଧୀର ମଳିକ ଜ୍ୱାଇଁର ସାଇକେଲକୁ ନେଇ ବନ୍ଧା ପକାଇ ଟଙ୍କା ଆଣି ଥିଲେ । ଆଉ ମଦ ପିଇ ଏହି ଟଙ୍କାକୁ ଖର୍ଚ୍ଚ କରି ଦେଇଥିଲେ । ଫଳରେ ସାଇକେଲ ପାଇଁ ତାଙ୍କର ଝିଅକୁ ଶାଶୂଘର ଲୋକେ ହଇରାଣ କରୁଥିଲେ । ଏହାକୁ ନେଇ ଉଭୟ ଧୀର ଓ ତାଙ୍କ ପତ୍ନୀ କୁନିଲତା ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା । ତେବେ ଗୁରୁବାର ଏହାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ପତ୍ନୀଙ୍କୁ ଘର ନିକଟରେ ଥିବା ଏକ ଗଛରେ ସ୍ୱାମୀ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହାକୁ ତାଙ୍କ ପଡିଶା ଘର ଲୋକେ ପ୍ରତିବାଦ କରିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ସାଲେପୁର ମେଡିକାଲ ପଠାଯାଇଛି । ଏନେଇ କୁନିଲତାଙ୍କୁ ଜୀବନରେ ମାରିଦେବାକୁ ତାଙ୍କ ସ୍ୱାମୀ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିଛି ।

Related posts

ଜ୍ୱାଇଁ କାଟିଲା ଶାଶୂର ଗୋଳା

mahabharatanews

୧୨ ବର୍ଷୀୟା ନାବାଳିକା ଗଣଦୁର୍ଷ୍ମର ଶିକାର

mahabharatanews

ଗୁଣିଆଁ ସନ୍ଦେହରେ ପଥରରେ ଛେଚି ହତ୍ୟା

mahabharatanews